ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲାରେ ଗୁରୁବାର ଦିନ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଇତ୍ଯବସରରେ ସଭା, ଶୋଭାଯାତ୍ରା, ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବହୁବିଧ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ବିଧାୟକ ରମେଶଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏସବୁ କାର୍ଯ୍ୟକ୍ରମକୁ ପୂର୍ବତନ ବ୍ଳକ ଅଧ୍ଯକ୍ଷ ଉପେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ। ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ଯକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି, ଦଳୀୟ ପଦାଧିକାରୀ , କର୍ମୀ ଯୋଗଦେଇଥିଲେ। ବିଜୁ ବାବୁ ଅମର ରହେ, ନବୀନ ବାବୁ ଓ ବିଜେଡିର ଜିନ୍ଦାବାଦ୍ ଧ୍ୱନିରେ ଅଂଚଳ ପ୍ରକମ୍ପିତ ହୋଇଥିଲା।





