Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା : ଦଶପଲ୍ଲା ବିଡିଓ ଜବତ କଲେ ୨୦ରୁ ଉର୍ଦ୍ଧ୍ୱ ବାଇକ

by ସଞ୍ଜୟ ସ୍ୱାଇଁ
April 1, 2020
in Nayagarh, Society, State
କରୋନା : ଦଶପଲ୍ଲା ବିଡିଓ ଜବତ କଲେ ୨୦ରୁ ଉର୍ଦ୍ଧ୍ୱ ବାଇକ
35
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାର ସାରା ଭାରତକୁ ୨୧ ଦିନ ପାଇଁ ଲକ୍ ଡାଉନ ଘୋଷଣା କରିଥିବା ବେଳେ ଏହା ଆଜି ଆଜି ୭ମ ଦିନରେ ପହଂଚିଛି । ଦିନ ଯେତିକି ବିତୁଛି ଭୟ ସେତିକି ବଢ଼ୁଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ସାରା ଜିଲ୍ଲାରେ କଟକଣା କରିଥିବା ବେଳେ ଆଜି ଦଶପଲ୍ଲା ସହରରେ ଦଶପଲ୍ଲା ବିଡିଓ ଆଜି ଗୋଟିଏ ଦିନରେ ୨୦ରୁ ଉର୍ଦ୍ଧ୍ୱ ବାଇକ ଓ ଗୋଟିଏ ଅଟୋ ଜବତ କରିଥିବା ଜଣାଯାଇଛି । ସୂଚନାନୁସାରେ, ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ବାହାନାକାରୀ ବାଇକ ଆରୋହୀଙ୍କୁ ଆଜି ସିଧା ସଳଖ ଚାଲିକି ଯିବାର ମଜା ଚଖାଇଛନ୍ତି । ଯେଉଁ ବ୍ୟକ୍ତିମାନେ କ୍ଷୀର ପ୍ୟାକେଟ୍‌, ଔଷଧ, ପରିବା ବାହାନାରେ ଆସି ସହର ମଧ୍ୟରେ ଖଙ୍କି ମାରୁଛନ୍ତି । ସେମାନଙ୍କ ବାଇକକୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଡିଓ ଜବତ କରିଥିବା ଜଣାଯାଇଛି । ଆଜି ବାଇକ ସହ ଏକ ଅଟୋକୁ ମଧ୍ୟ ଜବତ କରାଯାଇଥିବା ବେଳେ ଏହି ବ୍ୟକ୍ତିମାନେ ମୋଟ ଅଙ୍କର ଜୋରିମାନା ଦେଇ ୧୪ ତାରିଖ ପରେ ନିଜ ବାଇକ ନେବେ ବୋଲି ଜଣାଯାଇଛି । ଯାହାକୁ ନେଇ ଦଶପଲ୍ଲା ଓ ଆଖପାଖ ଅଂଚଳରୁ ଆସି ସହରରେ ଆଡ୍ଡା ମାରୁଥିବା ଲୋକଙ୍କୁ ସଂଖ୍ୟା କମିଥିବା ଜଣାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!