ନୟାଗଡ଼, (ବାଘୁଆବାର୍ତ୍ତା) : ଗତକାଲି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାରୁ ୧୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଲିସ ବିଭାଗ ପକ୍ଷରୁ ଦଶପଲ୍ଲା ଥାନାକୁ ୪ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ କୈାଣସି ଅଭିଯୋଗ ପାଇଁ ସାଧାରଣ ଜନତାଙ୍କୁ ନୂଆଗାଁ ଥାନାର ସହାୟତା ନେବାକୁ କୁହାଯାଇଛି । ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ବେଳକୁ ବେଳ କରୋନା ଯୋଦ୍ଧାମାନେ ଏହା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ।





