ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ପଞ୍ଚାୟତ ବୁଗୁଡ଼ାର ୫୭ନଂ ଜାତୀୟ ରାଜପଥ କଡରେ ଥିବା ଏକ ନିବୁଜ କୋଠରୀରୁ ଆଜି ଏକ କ୍ଷତାକ୍ତ ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ଜଣକ ରମେଶ ବିଶିକଂର ମଝିଆ ପୁଅ ସରୋଜ ବିଶିକଂର ବୋଲି ଜଣାପଡିଛି। ସରୋଜ ଘରୁ ବିଳମ୍ବିତ ଅପରାହ୍ନ ପର୍ଯ୍ୟନ୍ତ ପଦାକୁ ବାହାରୁ ନଥିବାର ଜାଣି କିଛି ଲୋକ ସରୋଜଂକ ଦାଦା ବିଜୟ କୁମାର ବିଶିଂକୁ ଜଣାଇଥିଲେ।
ବିଜୟ ଘରଖୋଲି ରକ୍ତାକ୍ତ ଶରୀର ଦେଖି ପୋଲିସକୁ ଖବର ଦେବାପରେ ପୋଲିସ୍ ଶବ ଜବତ୍ କରିଛନ୍ତି। ତାଂକୁ କେହି ହତ୍ଯା କରିଥିବା ନେଇ ସନ୍ଦେହ ଘନୀଭୁତ ହୋଇଛି। ଦାଦା ବିଜୟଂକ ଏତଲା ଆଧାରରେ ଦଶପଲ୍ଲା ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଥିବା ଜଣାପଡିଛି।





