ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା- ୨୦୨୪ର ସୁପରିଚାଳନା ପାଇଁ ମଙ୍ଗଳବାର ରାତି ୮ ଟା ସମୟରେ ମହାବୀର ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଯାତ୍ରା କମିଟି କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ରଖାଯାଇ ସମସ୍ତ କାର୍ୟ୍ୟ ତ୍ୱରାନ୍ୱିତ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଏଥିନେଇ ଉଦିଷ୍ଟ ପୋଷ୍ଟର, ନିମନ୍ତ୍ରଣ ପତ୍ର ଓ ଟିକେଟ୍ ଉନ୍ମୋଚିତ ହୋଇଛି । ସୁଚନା ଯୋଗ୍ୟ ଯେ ମଙ୍ଗଳବାର ସକାଳ ସମୟରେ ଯାତ୍ରାର ଆଦ୍ୟପର୍ବ ଶୁଭଖୁଣ୍ଟି ସ୍ଥାପନ ପାରମ୍ପରିକ ରୀତି, ନୀତି ଓ ପରମ୍ପରା ଅନୁଯାୟୀ ମଧ୍ୟ ସ୍ଥାପନା କରାଯାଇଛି। ପ୍ରକାଶ ଥାଉକି ୨୦୨୪ର ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ଅପ୍ରେଲ ୧୭ ତାରିଖରୁ ଆରମ୍ଭ ହୋଇ ମଇ ପହିଲା ପର୍ୟ୍ୟନ୍ତ ଚାଲିବ । ମୁଖ୍ୟ ଉତ୍ସବ ଲଙ୍କାପୋଡି ଯାତ୍ରା (ରାବଣ ବଧ) ଅପ୍ରେଲ ୩୦ ତାରିଖ (ମଙ୍ଗଳବାର) ଦିନ ଅନୁଷ୍ଠିତ ହେବ।






