Sunday, November 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଡିଓଙ୍କୁ ଆକ୍ରମଣ : ସମସ୍ତେ ନୀରବ କାହିଁକି ?

by ସଞ୍ଜୟ ସ୍ୱାଇଁ
June 15, 2020
in Feature News
ଦଶପଲ୍ଲା ପୂର୍ବତନ ବିଡିଓଙ୍କ ବାସଗୃହ ଉପରକୁ ଆକ୍ରମଣ
47
VIEWS
Share on FacebookShare on Twitter

ସମନ୍ୱୟର ଅଭାବ, ଅପ୍ରୀତିର ବାଟ ଖୋଲିଛି

ନୟାଗଡ଼, (ବାଘୁଆବାର୍ତ୍ତା): ଗତକାଲି ଦଶପଲ୍ଲା ପୂର୍ବତନ ବିଡିଓ ଦେବୀ ପ୍ରସାଦ ମହାନ୍ତି ସରକାରୀ ବାସଗୃହରେ ଖାଇ ବସିଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଘର ଉପରକୁ ଆକ୍ରମଣ କରିଥିଲେ । ଯାହାକୁ ଦେଖି ବିଡିଓ ଦଶପଲ୍ଲା ଥାନା ଅଧିକାରୀଙ୍କୁ ଖବର ଦେବାରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ସେତେବେଳକୁ ଗଣ୍ଡଗୋଳ କାରୀ ମାନେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପୁଲିସ ସେମାନଙ୍କୁ ବିତାଡ଼ିତ କରିଥିଲା । ଏହି ଘଟଣାର ସିସିଟିଭି ଫୁଟେଜ୍ ଆଜି ମିଳିଥିବା ବେଳେ ବିଡିଓ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ସମେତ ତାଙ୍କର କିଛି ସହଯୋଗୀଙ୍କ ନାମରେ ଅଭିଯୋଗ କରିଛନ୍ତି । ପୁଲିସ ବିଡିଓଙ୍କ ଏତଲାକୁ ଭିତ୍ତି କରି ଅନେକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି । ଏହି ବ୍ୟକ୍ତିମାନେ କାଲିଠାରୁ ଫେରାର ଥିବା ମଧ୍ୟ ଆଲୋଚନା ହେଉଛି । ତେବେ ଜଣେ ପ୍ରଶାସନିକ ଅଧିକାରୀ ଏବଂ ଜଣେ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଏଭଳି ଗଣ୍ଡଗୋଳର ଏକମାତ୍ର କାରଣ ସମନ୍ୱୟ ଅଭାବ ବୋଲି ପରିଲିକ୍ଷିତ ହେଉଛି । ଅନ୍ୟପକ୍ଷେ, ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଗଣମାଧ୍ୟମ ମଧ୍ୟ ତାଙ୍କ ସାଥ ଦେଉନଥିବା ନେଇ ଚର୍ଚ୍ଚା ହେଉଛି । ଏହା ପଛର କାରଣ ମଧ୍ୟ ସମାନ ବୋଲି ଜଣାଯାଇଛି । ଦଶପଲ୍ଲା ବିଡିଓଙ୍କ ପ୍ରତି ଗଣମାଧ୍ୟମର ଅଭିମୁଖ୍ୟ ବଦଳିବାର କାରଣ ସମନ୍ୱୟର ଅଭାବ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଦଶପଲ୍ଲା ବିଡିଓ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କୁ ର୍ଦୁବ୍ୟବହାର କରିବାର ନଜିର ରହିଛି । ଅନେକ ଦିନ ତଳେ ରାଘବ ମଲ୍ଲିକଙ୍କ ସହ ବିଡିଓଙ୍କ ବଚସା କାରଣରୁ ବ୍ଲକରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ଲକ୍‌ଡାଉନ୍ ସମୟରେ ବିଡିଓଙ୍କ ସ୍ୱେଚ୍ଛାଚାରିତାର ଭିଡିଓ ଭାଇରାଲ ହୋଇଥିଲା । ଗୋଟିଏ ଗାଁରେ ପଶି ପୁଲିସ ସହ ବିଡିଓ ଗାଁ ଲୋକଙ୍କୁ ଅଶ୍ଳିଳ ଭାଷାରେ ଗାଲି ଗୁଲଜ କରିବା ସହ କିଛି ଲୋକଙ୍କୁ ଗୋରୁ ଗାଇ ଭଳି ମାଡ଼ ମାରିଥିଲେ । ସେହିଭଳି ଭାବେ କୋଭିଡ୍ ପାଣ୍ଠିକୁ ନେଇ ବ୍ଲକର ଅନେକ ପଂଚାୟତ ପ୍ରତିନିଧିଙ୍କ ସହ ବିଡିଓଙ୍କ ମନ୍ତାନ୍ତର ଚରମ ସୀମାରେ ପହଂଚିଥିଲା । ବିଡିଓଙ୍କ ନାମରେ ସରପଂଚମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ନେଇ କେତେକ ସରପଂଚ ତଥା ଲୋକପ୍ରତିନିଧି ବିଡିଓଙ୍କ ଆକ୍ରୋଷର ଶୀକାର ହୋଇଥିଲେ । କୋଭିଡ୍ ପାୱାର ଦେଖାଇ ବିଡିଓ କିଛି ଲୋକ ପ୍ରତିନିଧିଙ୍କ ନାମରେ ମାମଲା ରୁଜୁ କରିଥିବା ମଧ୍ୟ ଜଣାଯାଇଛି । ଯାହାକି ଜଣେ ପ୍ରଶାସନିକ ଅଧିକାରୀଙ୍କ ସ୍ୱେଚ୍ଛାଚାରିତାକୁ ଲୋକଲୋଚନକୁ ଆଣିଛି । ଅନ୍ୟପକ୍ଷେ, ଦଶପଲ୍ଲା ବ୍ଲକ ପୂର୍ବତନ ଅଧ୍ୟକ୍ଷଙ୍କ କ୍ଷେତ୍ରରେ ସମାନ ଢଙ୍ଗ ଦେଖାଯାଇଛି । ରାଜନେତାର ଶୈଳିକୁ ପରିତ୍ୟାଗ କରିଥିବା ଶ୍ରୀଯୁକ୍ତ ସାହୁ ଖୋଲା ଆକାଶ ତଳେ ପୁଲିସ ଉପସ୍ଥିତିରେ ଆନ୍ଦୋଳନରେ ବସିଥିବା ସାମ୍ବାଦିକଙ୍କୁ ଲୋକ ଲଗାଇ ପିଟିଥିଲେ । ଏନେଇ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ସେତେବେଳେ ନୀରବ ଦ୍ରଷ୍ଟା ସାଜିଥିଲା ଏବଂ ଆଜି ମଧ୍ୟ ନୀରବ ଦ୍ରଷ୍ଟା ସାଜିଛି । ଜଣେ ରାଜନେତା ନିଜର ଦାୟିତ୍ୱକୁ ଭୁଲି ଯେଉଁଭଳି ଢଙ୍ଗରେ ବିଡିଓଙ୍କ ବାସଗୃହ ଉପରେ ଆକ୍ରମଣ କରିଛନ୍ତି ବା କରାଇଛନ୍ତି ତାକୁ ନେଇ ଜିଲ୍ଲାରେ ଏକ ପ୍ରକାର ନୀରବତା ଖେଳି ଯାଇଛି । କେବଳ ଜିଲ୍ଲାବାସୀ ନୁହଁନ୍ତି, ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଏବଂ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏଭଳି ଘଟଣାରେ ସମସ୍ତଙ୍କ ନୀରବତା ଝଡ଼ ପୂର୍ବର ଅବସ୍ଥା ଭଳି ମନେ ହେଉଛି । ଆଗକୁ ଏହି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଜିଲ୍ଲାବାସୀ ଜିଲ୍ଲା ପ୍ରଶାସନକୁ ଚାହିଁଥିବା ବେଳେ ଜିଲ୍ଲାପ୍ରଶାସନ ଗଣମାଧ୍ୟମକୁ ଏବଂ ଗଣମାଧ୍ୟମ ଏବେ ସମୟକୁ ଚାହିଁ ବସିଛି । ଏଥିରୁ ଗୋଟିଏ କଥା ବୁଝା ପଡ଼ୁଛି ଯେ, ରାଜନେତା, ପ୍ରଶାସନ ଏବଂ ଗଣମାଧ୍ୟମ ଗୋଟିଏ ସମନ୍ୱୟରେ ରହିଲେ ସମାଜର ଉନ୍ନତୀ ଘଟିବ ନତୁବା ସାମ୍ବାଦିକଙ୍କ ପରେ ପ୍ରଶାସନ, ପ୍ରଶାସନ ପରେ ରାଜନେତା ଏବଂ ରାଜନେତାଙ୍କ ପରେ ପୁଲିସର ପାଳି ବି ପଡ଼ିପାରେ! ଏଭଳି ସଂକଟଜନକ ପରିସ୍ଥିତିରେ ସମସ୍ତେ ଚୁପ ବସିବା ଛାଡ଼ି ପୁଣି ଥରେ ସମନ୍ୱୟର ସେତୁ ବାନ୍ଧିବା ଆବଶ୍ୟକ ବୋଲି ବୁଝାପଡ଼ୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!