ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଗତାକାଲି ଅନେକ ସ୍ଥାନୀୟ ସଂକ୍ରମଣ ବାହାରିବା ପରେ ଦଶପଲ୍ଲା ନିକଟବର୍ତ୍ତୀ ବନ୍ଧୁଗାଁଙ୍କୁ କଣ୍ଟେନ୍ମେଣ୍ଟ ଘୋଷଣା ହେବା ନେଇ ସମସ୍ତ୍ର ପ୍ରସ୍ତୁତି ସରିଥିବା ତହସିଲ ପକ୍ଷରୁ ଜଣାଯାଇଛି । ଏହି ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ତହସିଲ୍ ଏବଂ ଦଶପଲ୍ଲା ଥାନା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏନେଇ ରିର୍ପୋଟ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଡ. ପୋମା ଟୁଡୁ ଏହାକୁ ଅନୁମୋଦନ କରିଥିବା ଜଣାଯାଇଛି ।





