ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲା ସାତପାଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ବିଗ୍ରହ ପ୍ରତିଷ୍ଠା ପାଇଁ ଆଜି ଦାରୁ ଛେଦନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଖମାରସାହି ପଞ୍ଚାୟତର ଗୋହିରାପଡ଼ା ଗ୍ରାମରେ ପ୍ରଭୁ ସୁଦର୍ଶନ, ବଳଭଦ୍ର, ମା ସୁଭଦ୍ରାଙ୍କ ଦାରୁ ଛେଦନ କାର୍ଯ୍ୟ ଅପରାହ୍ନ ପର୍ଯ୍ୟନ୍ତ ଜାରୀ ରହିଛି । ଅନୁରୁପ ଭାବରେ ସ୍ଥାନୀୟ ନଛିପୁର ଗୋବର୍ଦ୍ଧନପୁର ଗ୍ରାମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ଛେଦନ କରାଯାଇଛି । ସମସ୍ତ ଦାରୁମାନଙ୍କୁ ଭବ୍ୟ ପଟୁଆର ଓ ସୁସଜ୍ଜିତ ଶଗଡ଼ିରେ ଅଣାଯାଇ ଶୀଜଗନ୍ନାଥ ମନ୍ଦିର ନିକଟରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।





