Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦର୍ପନାରାୟଣପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତୀ ଘଟଣା

by ସଞ୍ଜୟ ସ୍ୱାଇଁ
November 19, 2019
in Crime, State
36
VIEWS
Share on FacebookShare on Twitter

ଅନ୍ୟ ଜଣେ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସ୍ପେସାଲ ଟ୍ରାକ କୋର୍ଟରେ ଦର୍ପନାରାୟଣପୁର ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ଡକାୟତୀ ଘଟଣାରେ ଆଜି ଅନ୍ୟ ଜଣେ ଆସାମୀକୁ ଦୁଇଟି ଦଫାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୭ ହଜାର ଟଙ୍କା ଜୋରିମାନା ପ୍ରଦାନ କରିବାକୁ ରାୟ ପ୍ରକାଶ ପାଇଛି । ବିଚାରପତି ଶ୍ରୀ ନରୋତ୍ତମ ସେଠୀ ଘଟଣାର ବିଚାର କରି କଟକ ଜିଲ୍ଲା ପୁରୀଘାଟ ଥାନା ବାଲୁବଜାର ସ୍ଥିତ ବିଶ୍ୱନାଥଲେନ୍ର ଗୋବିନ୍ଦ କର୍ମକାରଙ୍କ ପୁଅ ପଙ୍କଜ କର୍ମକାର (୫୦)କୁ ଦୁଇଟି ଦଫାରେ ଦଣ୍ଡାଦେଶ ହୋଇଛି ।

ଘଟଣାନୁସାରେ, ଗତ ୨୦୧୩ ମସିହା ଡିସେମ୍ବର ୩୧ ତାରିଖ ଅପରାହ୍ନ ସମୟରେ ଦର୍ପନାରାୟଣପୁର ସ୍ଥିତ ପୁରୀ ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତମାନେ ପଶି ସାଢ଼େ ତିନିରୁ ଚାରିକୋଟି ଟଙ୍କାର ବନ୍ଧକ ସୁନା ଅଳଙ୍କାର ସହ ନଗଦ ଟଙ୍କା ଗୁଳି ଓ ବୋମା ବର୍ଷଣ କରି କର୍ମଚାରୀଙ୍କୁ ଭୟଭୀତ କରାଇ ଲୁଟି ନେଇଥିଲେ । ସେତେବେଳେ ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ନୟାଗଡ଼ ପୁଲିସ ପାଇଁ ଏହା ଏକ ଆହ୍ୱାନ ଥିଲା । ତକ୍ରାଳୀନ ବ୍ୟାଙ୍କ ମ୍ୟାନେଜର ବିଶ୍ୱନାଥ ସାହୁଙ୍କ ଅଭିଯୋଗ ଆଧାରରେ ଶରଣକୂଳ ଥାନା ୧୬୭/୧୩ରେ ଏକ ମୋକଦ୍ଦମା ରୁଜୁ କରି ତକ୍ରାଳୀନ ଏସଡିପିଓ ଜେ.କେ ରେଡ୍ଡୀ ଘଟଣାର ତଦନ୍ତ କରି ଦୀର୍ଘ ଦୁଇ ବର୍ଷ ପରେ କିଛି ଆସାମୀକୁ ଗିରଫ କରିବା ସହ କିଛି ପରିମାଣର ସୁନା ଅଳଙ୍କାର ଜବତ କରିବାରେ ସକ୍ଷମ ହୋଇଥିଲେ । ତଦନ୍ତ ପରେ ତିନୋଟି ଦଫାରେ ଘଟଣାର ଚାର୍ଯ୍ୟସିଟ ଓଡ଼ଗାଁ କୋର୍ଟରେ ଦାଖଲା କରାଯାଇଥିଲା । ପର୍ଯ୍ୟାୟକ୍ରମେ ଏହା ନୟାଗଡ଼ ଜିଲ୍ଲା ସ୍ପେସାଲ ଟ୍ରାକ କୋର୍ଟକୁ ବିଚାରପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ଆଜିର ଏହି ମାମଲାରେ ସାତଜଣ ମୁଦାଲାଙ୍କ ବିରୁଦ୍ଧରେ ବିଚାର ପ୍ରକିୟା ଚାଲିଥିବା ବେଳେ ମୁଖ୍ୟ ଆସାମୀ ଅବିନାଶ ସ୍ୱାଇଁ ଗତକାଲି କୋର୍ଟ ବିଭିନ୍ନ ଦଫାରେ ୧୮ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା କରିଥିବା ବେଳେ ଗତକାଲି ଅନୁପସ୍ଥିତ ଥିବା ଅନ୍ୟ ଏକ ଆସାମୀ ପଂଙ୍କଜ କର୍ମକାରକୁ ୪୧୨ ଦଫାରେ ୯ବର୍ଷ ଏବଂ ୨୦୧ ଦଫାରେ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୭ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛି । ଜୋରିମାନା ଅନାଦେୟ ଅଧିକ ୭ ମାସ ଜେଲଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହି ଦଣ୍ଡ ଏକକାଳୀନ ଭୋଗ କରିବାକୁ ରାୟରେ ଉଲ୍ଲେଖ ରହିଛି । ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଅମୀୟ ପଟ୍ଟନାୟକ ଏବଂ ସରକାର ଓକିଲ ବଳଭଦ୍ର ମହାନ୍ତି ପରିଚାଳନା କରୁଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!