ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ପଠାଣିସାମନ୍ତ ଅଡିଟୋରିୟମ୍ଠାରେ ଓଡ଼ିଶା ଦର୍ଜି ଶ୍ରମିକ ସଂଘର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବା ସହ ଦର୍ଜିମାନଙ୍କ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଦର୍ଜି ସଂଘ ସଭାପତି ରାଜେନ୍ଦ୍ର ନାରାୟଣ ସିଂହ ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ନିର୍ମାଣ ମଜଦୁର ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ବିନ୍ଧାଣୀରତ୍ନ, ଏନ୍ଏସି ଅଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଶ୍ରମିକନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
୬୦ବର୍ଷ ପରେ ରାଜ୍ୟର ଦର୍ଜିମାନଙ୍କୁ ୫୦୦୦ ଟଙ୍କା ପେନ୍ସନ୍, ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ବାହାରକୁ ଟେଣ୍ଡର ନ ଦିଆଯାଇ ସଂଘ ମାଧ୍ୟମରେ କୁଶଳୀ କାରିଗରଙ୍କୁ ଦେବା, ପ୍ରତି ପଞ୍ଚାୟତରେ ଟେଲର ପ୍ରଶିକ୍ଷଣ ଅନୁଷ୍ଠାନ, ମୃତ୍ୟୁକାଳୀନ ସହାୟତା ୧ଲକ୍ଷ, ଗରିବ ଶ୍ରେଣୀର ଝିଅମାନଙ୍କୁ ବିବାହ ସହାୟତା ୫୦ ହଜାର ଟଙ୍କା, କୁଶଳୀ କାରିଗର ହିସାବରେ ପରିଚୟପତ୍ର ପ୍ରଦାନ ଆଦି ଦାବି ବିଷୟରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଏ ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଥିଲେ ।





