Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, ବାଇକ ସହ ଟଙ୍କା ଲୁଟ

by ସଞ୍ଜୟ ସ୍ୱାଇଁ
January 7, 2025
in Crime, State
ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, ବାଇକ ସହ ଟଙ୍କା ଲୁଟ
115
VIEWS
Share on FacebookShare on Twitter

କନ୍ଧମାଳ : (ବାଘୁଆବାର୍ତ୍ତା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତ କୁମ୍ଭାରମୁଣ୍ଡା ନିକଟରେ ମଙ୍ଗଳବାର ଦିନ ଏକ ବଡ ଧରଣର ଲୁଟ୍‌ ହୋଇଛି। ଜଣେ ଫାଇନାନ୍ସ କର୍ମଚାରୀ ଋଣ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ଏହି ଲୁଟ୍‌ ହୋଇଛି। ଗୋଟିଏ ବାଇକ ସମେତ ନଗଦ ପ୍ରାୟ ୪୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୃର୍ବୁତ୍ତ। ଲୁଟ୍‌ର ଶିକାର କର୍ମଚାରୀ ହେଲେ ମିଥେଲ ଦିଗାଲ। ତାଙ୍କୁ ଦୃର୍ବୁତ୍ତମାନେ ବନ୍ଧୁକ ମୁନରେ ଭୟଭୀତ କରିବା ସହ ବନ୍ଧୁକରେ ମୁଣ୍ଡକୁ ବାରମ୍ବାର ପିଟି ଆଘାତ କରି ଗୁରୁତର କରିଦେଇ ଲୁଟ୍‌ କରିଛନ୍ତି। ଗୁରୁତର ଅବସ୍ଥାରେ ମିଥେଲଙ୍କୁ ସ୍ଥାନୀୟ ଲୋକ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ଯିବାକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରକାଶ ଯେ, ମିଥେଲ ଏକ ବାଇକ ବାଇକ ନଂ (ଓଡି ୧୨ ଇ-୭୪୮୫ )ରେ ସକାଳୁ ଦାରିଙ୍ଗବାଡି ଫାଇନାନ୍ସ କାର୍ଯ୍ୟାଳୟରୁ ବାହାରି କିରିକୁଟି ପଞ୍ଚାୟତର କୁମ୍ଭାରମୁଣ୍ଡା ଗ୍ରାମ ଦେଇ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ, କାଡିପାଙ୍ଗା ଅଞ୍ଚଳକୁ ଋଣ ବାବଦକୁ ଅର୍ଥ ସଂଗ୍ରହ ପାଇଁ ଯାଇଥିଲେ। କାମ ସାରି ମଧ୍ୟାହ୍ନରେ ଦାରିଙ୍ଗବାଡି ଫେରୁଥିଲେ। ଏହି ସମୟରେ ୩ଜଣ ଦୃର୍ବୁତ୍ତ ମିଥେଲଙ୍କୁ ଅଟକାଇ ବନ୍ଧୁକ ଦେଖାଇବା ସହ ମିଥଲଙ୍କୁ ଗାଡିରେ ବସାଇ କିଛିବାଟ ନେଇଥିଲେ। ତେବେ ଜଙ୍ଗଲରେ କିଛି ଲୋକ ହଳଦୀ ଖୋଲୁଥିବା ଦେଖି ମିଥେଲ ବାଇକରୁ ଡେଇଁବା ପାଇଁ ଉଦ୍ୟମ କରିଥିଲେ ଓ ଦୃର୍ବୁତ୍ତଙ୍କ ସହ ମିଥଲ ବାଇକରୁ ଖସିପଡ଼ିଥିଲେ ଓ ରାଗରେ ଦୁର୍ବୁତ୍ତ ମାନେ ମିଥେଲଙ୍କୁ ପ୍ରବଳ ପିଟିବା ସହ ବନ୍ଧୁକରେ ମୁଣ୍ଡକୁ ବାରମ୍ବାର ଆଘାତ ଦେଇଥିଲେ। ତେବେ ଘଟଣାସ୍ଥଳରୁ ସମସ୍ତ ଦୃର୍ବୁତ୍ତ ଫେରାର ହୋଇଯାଇଥିଲେ ବୋଲି ଆହତ ମିଥେଲ ପ୍ରକାଶ କରିଛନ୍ତି। ଏ ନେଇ ମିଥେଲ ଦାରିଙ୍ଗବାଡି ଥାନାରେ ଏତଲା ଦାଏର କରିଛନ୍ତି l ଏତଲା କୁ ଭିର୍ତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!