Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିଲେରୁ ଡଙ୍ଗା ବୁଡି : ଆଉ ୨ ଜଣଙ୍କ ଶବ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
May 26, 2021
in Feature News
ସିଲେରୁ ଡଙ୍ଗା ବୁଡି : ଆଉ ୨ ଜଣଙ୍କ ଶବ ଉଦ୍ଧାର
76
VIEWS
Share on FacebookShare on Twitter

ମାଲକାନଗିରି ,(ବାଘୁଆବାର୍ତ୍ତା):  ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସିଲେରୁ ନଦୀରେ ଗତକାଲି ଦେଶୀ ଡଂଗା ବୁଡିଯିବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ବର୍ତ୍ତିଯାଇଛନ୍ତି।ଗତକାଲି ୫ ଜଣ ଶିଶୁ ସମେତ ଜଣେ ମହିଳାଙ୍କ ଶବକୁ ପ୍ରଶାସନ ଉଦ୍ଧାର କରିଥିବା ବେଳେ ଆଜି ଆଉ ୨ ଜଣଙ୍କ ଶବକୁ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଓଡ୍ରାଫ ଟିମର କର୍ମଚାରୀ ଉଦ୍ଧାର କରିଛନ୍ତି।ଆଜି ଉଦ୍ଧାର ହୋଇଥିବା ଶବ ମଧ୍ୟରୁ ଲକ୍ଷ୍ମୀ ଖରା(୨୮) ଏବଂ ଅନ୍ବେସାରାନ ଵେଲଗୁରୁ(୧)।ସମସ୍ତ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଂକା ଲେଖାଏଁ ପ୍ରଦାନ କରାଯାଇଛି।ଏଥିସହ ସରକାରଙ୍କ ତରଫରୁ ଏସଡିଆରଏଫ ଯୋଜନାରେ ଆଗାମୀ ଦିନରେ ୪ ଲକ୍ଷ ଟଂକା ଲେଖାଏଁ ମିଳିବ ବୋଲି ଜଣାପଡିଛି।ତେବେ ଦୁର୍ଘଟଣା ଘଟିବା ଖବର ମିଳିବା ପରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ସରକାରୀ ସହାୟତା ପ୍ରଦାନ ନେଇ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଆଜି ଆଉ ଦୁଇ ଜଣଙ୍କ ଶବ ଉଦ୍ଧାର ହେବା ପରେ ପରିବେଶ ଶୋକାକୂଳରେ ପରିଣତ ହୋଇଯାଇଥିଲା।ବିଡିଓ ଟି.ପଦ୍ମନାଭ ଦୋରାଙ୍କ ସମେତ ପୁଲିସ ଆଇଆଇସି ଶ୍ରୀ ନାୟକ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ୟ୍ୟର ନେତୃତ୍ବ ନେଉଥିଲେ।ପ୍ରକାଶ ଥାଉକି ଗତକାଲି ଆନ୍ଧ୍ରରୁ ଲୁଚିଛପି ଦୁଇଟି ଦେଶୀ ଡଂଗାରେ ୧୧ ଜଣ ନିଜ ଘର ଗୁଣ୍ଠାଵାଡା ଏବଂ କନ୍ଧଗୁଡାକୁ ଫେରୁଥିବା ବେଳେ ନଦୀ ମଝିରେ ଦୁଇଟି ଡଂଗା ଓଲଟି ପଡିଥିଲା।ଯାହାଫଳରେ ୩ ଜଣ କୌଣସି ପ୍ରକାରେ ପହଁରି ପହଞ୍ଚିଥିବା ବେଳେ ୮ ଜଣ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ।ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମର କର୍ମଚାରୀମାନେ ଦିନରାତି ଏକ କରି ସମସ୍ତ ୮ଟି ଶବକୁ ପାଣିରୁ ଉଦ୍ଧାର କରିଥିଲେ।ତେବେ ତୁରନ୍ତ ମୃତ୍ୟୁବରଣ କରିଥିବା ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!