ନୟାଗଡ଼,(ବାଘୁଆବାର୍ତ୍ତା): ଗତବର୍ଷ ମହାମାରୀ କରୋନା କୋଭିଡ୍-୧୯ ଭାଇରସ କାୟା ବିସ୍ତାରି ଚାଲିଥିବା ବେଳେ ଦଣ୍ଡନାଚ ବନ୍ଦ ଥିଲା । ରାଜ୍ୟରେ ବର୍ତ୍ତମାନ ମହାମାରୀ କରୋନାର କାୟା ଧିରେ ଧିରେ ମଳିନ ପଡିଥିବା ବେଳେ ଦଣ୍ଡନାଚ ହେବ କି ନାହିଁ ତାହା ଅନିଶ୍ଚିତା ଭିତରେ ଗତି କରୁଥିଲା । ଯାହାକୁ ନେଇ ଗଞ୍ଜାମ ପ୍ରଶାସନ ଏହାକୁ ଗୁରୁତର ସହିତ ବିଚାର କରି କୋଭିଡ୍-୧୯ କଟକଣା ନିୟମକୁ ପାଳନ କରି ଗଞ୍ଜାମ ଜିଲ୍ଲାରେ ଦଣ୍ଡନୃତ୍ୟ ପରିବେଷଣ କରାଯିବ ବୋଲି ଅନୁମତି ମିଳିଛି । ତେବେ ଦଣ୍ଡନାଚରେ ୨୦୦ ଲୋକଙ୍କୁ ନେଇ ପରିବେଷଣ କରାଯିବ । ଯଦି ତା ଠାରୁ ଅଧିକ ଲୋକ ହୁଅନ୍ତି ତେବେ ଆୟୋଜକ ଦାୟୀ ରହିବେ ବୋଲି ଜିଲ୍ଲାପ୍ରଶାସନ ନିର୍ଦ୍ଦେଶନାମା ଦେଇଥିବା ସୂଚନା ମିଳିଛି ।






