ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୁରୁବାର ରାତି ପ୍ରାୟ ୧୦ଟାରେ ଉତ୍ତରା ଛକ ଜଣେ ବିହାରୀ ଯୁବତୀଙ୍କ ଉତ୍ପାତରେ ହୁଲସ୍ତୁଲ ହୋଇଥିଲା । ସାଲୱାର କମିଜ ପିନ୍ଧା ୨୨-୨୩ ବର୍ଷୀୟ ସଂପୃକ୍ତ ଯୁବତୀ ଧଉଳି ଛକ ଆଡ଼ୁ ଚାଲିଚାଲି ଉତ୍ତରା ଛକକୁ ଆସିଥିଲେ । ସେଠାରେ ହିନ୍ଦୀରେ ଏଣୁତେଣୁ କହି ନିଜର ମୁଣ୍ଡବାଳକୁ ଖୋଲି ପ୍ରଥମେ ଉଦଣ୍ଡ ନାଚ କରିଥିଲେ । ଛକରେ ଥିବା ମା’ ଦୁଲାଦେଇଙ୍କ ପୀଠରେ ପହଞ୍ଚି ମନ୍ଦିର ଗ୍ରୀଲକୁ ଭାଙ୍ଗି ପକାଇବାକୁ ଉଦ୍ୟମ କରିଥିଲେ । ଏହାପରେ ନିଜର ସାଲୁଆର କମିଜକୁ ଚିରି ପକାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଧଉଳି ଥାନା ଓ ଉତ୍ତରା ଫାଣ୍ଡି ପୁଲିସକୁ ଖବର ଦେଇଥିଲେ । ଉଭୟ ପଟ ପୁଲିସ ପହଞ୍ଚି ଯୁବତୀଙ୍କ ଉତ୍ପାତ ଦେଖି ପଛଘୁଞ୍ଚା ଦେଇଥିଲେ । ସ୍ଥାନୀୟ ଲୋକେ ଯୁବତୀଙ୍କ କୌଣସି ସୁଧାର ଗୃହରେ ଛାଡ଼ିଦେବା ପାଇଁ ଯେତେ କହିଲେ ବି ପୁଲିସ ରାଜି ନହୋଇ ସେଠାରୁ ପଳାଇଥିଲା ।






