Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତକୋଶିଆ ଅଭୟାରଣ୍ୟ, ଗାଁ ଛାଡ଼ିବେ ଡମାଘାଟି ବାସିନ୍ଦା

by ସଞ୍ଜୟ ସ୍ୱାଇଁ
November 29, 2024
in Feature News
ସାତକୋଶିଆ ଅଭୟାରଣ୍ୟ, ଗାଁ ଛାଡ଼ିବେ ଡମାଘାଟି ବାସିନ୍ଦା
297
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ଶିଲିଙ୍ଗା ପଞ୍ଚାୟତର ଅନେକ ଗ୍ରାମ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଡମାଘାଟି ଗାଁ । ଡମାଘାଟି ଓ ଆଖପାଖ ମୈାଜାର ୫୦ ପରିବାର ଗାଁ ବାହାରେ ରହୁଥିବା ବେଳେ ଅଭୟାରଣ୍ୟ ଭିତରେ ପୁରୁଣା ଘର ଦ୍ୱାର, ଭିଟାମାଟି ଓ ଚାଷ ଜମି ପଡ଼ି ରହିଛି । ଯାହାକୁ ନେଇ ଆଜି ୧୦ରୁ ଉର୍ଦ୍ଧ୍ୱ ପରିବାର ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକଙ୍କୁ ଭେଟିଛନ୍ତି । ଅଭୟାରଣ୍ୟ ଛାଡ଼ି ବାହାରେ ଜୀବନ ଜିଉଁଥିବା ଲୋକେ ଭିଟାମାଟି ଛାଡ଼ିବା ପାଇଁ ପ୍ରସ୍ତୁତ ବୋଲି ଦାବି ଜଣାଇଛନ୍ତି । ସରକାରଙ୍କ ନିୟମ ମୁତାବକ କ୍ଷତିପୂରଣ ପ୍ରଦାନ କରାଗଲେ, ଆମେ ଭିଟାମାଟି ଛାଡ଼ି ଅନ୍ୟତ୍ର ସ୍ଥାୟୀ ଭାବେ ବାସ କରିବୁ ବୋଲି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ସ୍ୱାଧିନତାର ବହୁ ବର୍ଷ ପରେ ବି ଗାଁକୁ ରାସ୍ତା, ଶିକ୍ଷା, ବିଦ୍ୟୁତ୍ ଆଲୋକ ଅପହଞ୍ଚ ହୋଇଛି । ଅଭୟାରଣ୍ୟ ହେବା ପରଠାରୁ ଗାଁରେ ବସବାସ କରିବା ମଧ୍ୟ ସମ୍ଭବ ହେଉନାହିଁ ବୋଲି ଜଣାଇଛନ୍ତି । ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସେମାନଙ୍କ ଅଭିଯୋଗ ଶୁଣିବା ସହ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ଅଭୟାରଣ୍ୟ ଛାଡ଼ିଲେ ସରକାରଙ୍କ ନିୟମ ଅନୁସାରେ ସର୍ଭେ କରାଯାଇ ସମସ୍ତ ପ୍ରକାର କ୍ଷତିପୂରଣ ଯୋଗାଇ ଦେବା ସହ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଆଜି ଡମାଘାଟି ଗାଁର ଭ୍ରମର ମଲ୍ଲିକ, ସଙ୍କୀର୍ତ୍ତନ ଜାନୀ, ସିଦ୍ଧାନ୍ତ ଜାନୀ, ହରିହର ପ୍ରଧାନ, ସୁକାନ୍ତ ଜାନୀ, ରଞ୍ଜନ ମଳିକ, ଦୁଷ୍ମନ୍ତ ପ୍ରଧାନଙ୍କ ସମେତ ଅନେକ ଡିଏଫ୍‌ଓଙ୍କୁ ଭେଟିଥିଲେ । ଆଲୋଚନା ପରେ ଡିଏଫ୍‌ଓ ରବିବାର ଡମାଘାଟି ଯାଇ ସମସ୍ତଙ୍କ ସହ ବିସ୍ତୁତ ଆଲୋଚନା କରିବେ ବୋଲି କହିଛନ୍ତି । ଯେଉଁମାନେ ଆଗ୍ରହୀ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!