ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସବରେଜିଷ୍ଟାର କାର୍ଯ୍ୟାଳୟରେ ସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି ଦାବିରେ ଦୀର୍ଘମାସ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇ ଆସିଥିଲେ ଦଲିଲ ଲେଖକ ଓ ମୋହରୀ ସଂଘ । ଆଜି ଧାରଣାରତ ଦଲିଲ ଲେଖକ ଏବଂ ମୋହରୀଙ୍କ ସହ ନୟାଗଡ଼ ବିଧାୟତ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଆଲୋଚନା କରିଛନ୍ତି । କାର୍ଯ୍ୟ ବନ୍ଦ ହେବା ଦ୍ୱାରା ସାଧାରଣ ଲୋକଙ୍କ ହୋଇପାରୁନଥିବା ବେଳେ ଦଲିଲ ଲେଖକମାନେ ପରିବାର ଚଳେଇବା ମଧ୍ୟ କଷ୍ଟ କର ହୋଇପଡ଼ିଛି । ଏଣୁ ଧାରଣା ପ୍ରତ୍ୟାହୃତ କରି କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀମାନେ ଅନୁରୋଧ କରିଥିଲେ । ସମସ୍ୟାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସମାଧାନ କରାଯିବାକୁ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷେ, ସରକାରଙ୍କ ସହ ଆଲୋଚନା କରି ସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି କରିବା ନେଇ ମଧ୍ୟ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଆଲୋଚନା ପରେ ସଂଘ ପକ୍ଷରୁ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି ।






