ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବୋଦସା ଗ୍ରାମରୁ ଆଜି ଦଲାଲ୍ ଧାନ ଚାଲାଣ କରୁଥିବା ନେଇ ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ଚଢ଼ାଉ କରି ଧାନ ଟ୍ରକକୁ ଜବତ କରିଛନ୍ତି । ମିଳିଥିବା ସୂଚନାନୁସାରେ, ବସନ୍ତ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ବୋଦସା ଗ୍ରାମର ଚାଷୀମାନଙ୍କଠାରୁ କମ ଟଙ୍କାରେ ଧାନ କିଣି ଚାଲଣ କରୁଥିବ ବେଳେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଧାନ ଟ୍ରକକୁ ଜବତ କରାଯାଇଛି । ଜବତ ଟ୍ରକରେ ୬୭ ବସ୍ତା ତଥା ୪୯ କ୍ୱିଣ୍ଟାଲ ୨୯ କେଜି ଧାନ ରହିଥିବା ଯୋଗାଣ ଅଧିକାରୀ ଦେବବ୍ରତ ଜେନାଙ୍କ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାଶ ଏବଂ ଯୋଗାଣ ନିରିକ୍ଷକ ମଧ୍ୟ ସାମିଲି ଥିବା ଜଣାପଡ଼ିଛି । ଧାନକୁ ଗୋବିନ୍ଦପୁର କାଉଁରି ମିଲରେ ରଖା ଯାଇଥିବା ବେଳେ ଜବତ ଟ୍ରକକୁ ଖଣ୍ଡପଡ଼ା ଥାନାରେ ରଖା ଯାଇଥିବା ଜଣାପଡ଼ିଛି ।