Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଢ଼ିପାରେ ଡାଲି ଦର

by ସଞ୍ଜୟ ସ୍ୱାଇଁ
June 4, 2021
in NATIONAL NEWS
ବଢ଼ିପାରେ ଡାଲି ଦର
205
VIEWS
Share on FacebookShare on Twitter

ନୂଆଦିଲ୍ଲୀ: (ବାଘୁଆବାର୍ତ୍ତା): ପେଟ୍ରୋଲ, ଡିଜେଲ, ସୋରିଷ ତେଲ ଆଦିର ଦର ଏବେ ମହଙ୍ଗା ରହିଛି। କରୋନା ମହାମାରୀ ବେଳେ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା ବେଳେ ଡାଲିର ଦାମ ମଧ୍ୟ ଆଗାମୀ ଦିନରେ ଆହୁରି ବଢ଼ିବାର ଆଶଙ୍କା ରହିଛି। କରୋନା ପାଇଁ ଡାଲି ଜାତୀୟ ଶସ୍ୟ ଅମଳ କମିବାର ସମ୍ଭାବନା ଥିବାରୁ ଏପରି ହେବ। ଚାହିଦା ତୁଳନାରେ ଯଦି ଦେଶରେ ଡାଲିର ଆବଶ୍ୟକତା କମ୍ ରହିବ ତାହେଲେ ଡାଲିର ଉତ୍ପାଦନ ବଢ଼ିବ ବୋଲି ଆକଳନ କରାଯାଉଛି। ସୂଚନାଯୋଗ୍ୟ, ଡାଲିକୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରୁ ବାଦ୍ ଦେବା ପରେ ମଧ୍ୟ ଡାଲିର ଦାମ ପୂର୍ବ ତୁଳନାରେ ବଢ଼ି ଚାଲିଛି। ଏବେ ହରଡ ଡାଲି କିଲୋ ପିଛା ୧୧୦ ଟଙ୍କା ରହିଛି। ଦେଶର ଡାଲି ଓ ଶସ୍ୟ ଜାତୀୟ ସଂଘ (ଆଇସିପିଜିଆଇ) କହିଛି ଚଳିତ ବର୍ଷ ଚାଷୀମାନେ ଡାଲିଜାତ ଶସ୍ୟ ଅମଳ ଉପରେ କମ୍ ଗୁରୁତ୍ୱ ଦେଉଛନ୍ତି। କରୋନା ପାଇଁ ମୁଖ୍ୟତଃ ବିଭିନ୍ନ ସମସ୍ୟା ଉପୁଜିବାରୁ ଚାଷୀ ଚଳିତ ବର୍ଷ ଡାଲି ଚାଷ ପ୍ରତି ମନୋନିବେଶ କରୁ ନାହାନ୍ତି। ତେଣୁ ଚଳିତ ବର୍ଷ ମସୁର, ଚଣା ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଫସଲର ଅଭାବ ଦେଖିବାକୁ ମିଳିପାରେ। ପ୍ରାରମ୍ଭିକ ଆକଳନ ଅନୁସାରେ ଚଳିତ ବର୍ଷ ୧୦ ଲକ୍ଷ ଟନ୍ ଡାଲି କମ୍ ଉତ୍ପାଦନ ହୋଇପାରେ। କୃଷି ମନ୍ତ୍ରାଳୟର ଓ୍ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ୨୦୨୦-୨୧ (ଫସଲ ବର୍ଷ) ଅନୁଯାୟୀ ହରଡ ଡାଲିର ଉତ୍ପାଦନ ପାଖାପାଖି ୭ ଲକ୍ଷ ଟନ୍ ଏବଂ ମୁଗ ଡାଲି ୫.୨୦ ଲକ୍ଷ ଟନ୍ କମ୍ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଖରିଫ ଋତୁରେ ୨.୧୨ ମିଲିଅନ ଟନ୍ ଡାଲି ଉତ୍ପାଦନ ହେବ ବୋଲି ଆକଳନ କରାଯାଉଛି। ଅର୍ଥାତ ଦେଶରେ ଡାଲି ଜାତ ଶସ୍ୟ ପ୍ରତି ଚାଷୀ ଆକୃଷ୍ଟ ହେଉ ନାହାନ୍ତି। କମୋଡ଼ିଟି ବିଶେଷଜ୍ଞ କହିଛନ୍ତି ଯେଉଁ ସ୍ଥିତି ଏବେ ଉପୁଜିଛି ଅବା ଆଗକୁ ଉପୁଜିବାକୁ ଯାଉଛି ଏହାର ଅର୍ଥ ଡାଲିର ଚାହିଦା ବଢ଼ିବା ସହିତ ଦାମ ମଧ୍ୟ ବଢ଼ିବ। ତେଣୁ ଆସନ୍ତା ମାସରେ ଡାଲିର ଦାମ ମହଙ୍ଗା ହୋଇପାରେ। ତେଣୁ ଆଗୁଆ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଆଇପିଜିଆଇର ଉପାଧ୍ୟକ୍ଷ ବିମଳ କୋଠରୀ କହିଛନ୍ତି ସଂଘ ସରକାରକୁ ଡାଲିର ଉତ୍ପାଦନ ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଛି। ବିଗତ ବର୍ଷ ମାନଙ୍କ ପାଖରୁ ଡାଲି ଚାଷ ଉପରେ ସେମିତି କୌଣସି ଯୋଜନା କରି ନାହାନ୍ତି ସରକାର। ଡାଲିର ଆମଦାନୀକୁ ଫ୍ରି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ସରକାର। କିନ୍ତୁ ସର୍ତ୍ତ ଏହା ଯେ ଆମଦାନୀ ଡାଲି ଏମଏସପିରୁ ଅଧିକ ଦାମରେ ବିକ୍ରି ହେବ। ଆଇପିଜିଏ ଅନୁସାରେ ୨୦୧୫-୧୬ ମଧ୍ୟରେ ଦେଶରେ ଡାଲିର ଉତ୍ପାଦନ ବଢ଼ି ୨୩ ମିଲିଅନ ଟନ୍ ହୋଇଥିଲା। କିନ୍ତୁ ଦେଶକୁ ୨୫-୨୬ ମିଲିଅନ ଡାଲିର ଆବଶ୍ୟକତା ରହିଛି। ତେଣୁ ଆବଶ୍ୟକତା ମେଣ୍ଟାଇବା ପାଇଁ ସରକାର ୨.୫ ମିଲିଅନ ଡାଲି ପ୍ରତିବର୍ଷ ଆମଦାନୀ କରୁଛନ୍ତି। ଅନ୍ୟପଟେ ପ୍ରତିବର୍ଷ ୧୦ ଲକ୍ଷ ଟନର ଆବଶ୍ୟକତା ବଢ଼ୁଥିବା ଜଣାପଡ଼ିଛି। ତେଣୁ ଆବଶ୍ୟକତା ମେଣ୍ଟାଇବା ପାଇଁ ସବୁବେଳେ ଆମଦାନୀ ଉପରେ ନିର୍ଭର କରିବା ଠିକ୍ ହେବନି। ଡାଲିର ଖୁଚୁରା ଦର ଏବଂ ହୋଲସେଲ ଦର ମଧ୍ୟରେ କିଲୋଗ୍ରାମ ପିଛା ୫୦ ଟଙ୍କାର ଅନ୍ତର ରହୁଥିବା ଆଇପିଜିଏ କହିଛି।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!