Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ଘରୁ ଚୋରି

by ସଞ୍ଜୟ ସ୍ୱାଇଁ
November 13, 2024
in Crime, State
ପୁଲିସ ଘରୁ ଚୋରି
40
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ଚୋରଙ୍କ ଟାର୍ଗେଟରେ ପୁଲିସ । ରାତି ଅଧରେ ପୁଲିସ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ । ରାଉରକେଲା ସହରରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ସୂଚନା ଅନୁସାରେ, ରାଉରକେଲା ସେକ୍ଟର-୧ରେ ରହୁଥିବା ହୋମଗାର୍ଡ ଶ୍ରୀନିବାସ ପ୍ରଧାନଙ୍କ ଘରେ ହୋଇଛି ଏହି ଲୁଟ । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ହୋମଗାର୍ଡଙ୍କ ପତ୍ନୀଙ୍କ ଗୋଡ଼ ହାତ ବାନ୍ଧି ଘରୁ ଲୁଟି ନେଇଥିଲେ ସୁନାଗହଣା । ପାଖାପାଖି ୫୦ହଜାର ଟଙ୍କାର ସୁନାଗହଣା ଚୋରି ହୋଇଥିବା ଅନୁମାନ କରାଯାଉଛି । ବଡ଼ କଥା ହେଉଛି, ଘଟଣାଟି ରବିବାର ରାତିରେ ଘଟିଥିଲା । ହେଲେ ଲୁଟ୍ ପୁଲିସ କର୍ମଚାରୀଙ୍କ ଘରେ ହୋଇଥିବାରୁ ଏ ଖବର ବିଳମ୍ବରେ ସାମ୍ନାକୁ ଆସିଛି । ୨ଜଣ ଦୁର୍ବୁତ୍ତ ଘରର ପଛ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ ଓ ମାରଣାସ୍ତ୍ର ଦେଖାଇ ମହିଳାଙ୍କ ହାତ ଗୋଡକୁ ବାନ୍ଧିଦେଇଥିଲେ ପରେ ମହିଳା ପିନ୍ଧିଥିବା ସମସ୍ତ ସୁନା ଗହଣା ଚୋରି କରି ନେଇଥିଲେ । ହୋମଗାର୍ଡ ଶ୍ରୀନିବାସ ଘଟଣା ବିଷୟରେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ହାତ ଗୋଡ ବନ୍ଧା ଅବସ୍ଥାରେ ପଡିରହିଥିବା ମହିଳାଙ୍କୁ ଉଦ୍ଧାର କରିଥିଲା । ସେକ୍ଟର-୩ ପୁଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି । ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୀଡ଼ିତା ଠାରୁ ମଧ୍ୟ କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!