Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ ଲକ୍ଷର ବାଇକ୍‌ ଦୁର୍ବୃତ୍ତ ନେଇ ପାର୍‌

by ସଞ୍ଜୟ ସ୍ୱାଇଁ
June 20, 2024
in Crime, State
୩ ଲକ୍ଷର ବାଇକ୍‌ ଦୁର୍ବୃତ୍ତ ନେଇ ପାର୍‌
112
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ୨୫ ଦିନ ତଳେ ମନ ଖୁସିରେ ଆଣିଥିଲେ ୩ ଲକ୍ଷର ବାଇକ୍‌ । ଟଙ୍କା କିସ୍ତିରେ ଦେବେ ବୋଲି ଚୁକ୍ତି କରିଥିଲେ। ହେଲେ କିସ୍ତି ଟଙ୍କା ଦେବା ଆରମ୍ଭ ନ ହେଉଣୁ ରାତି ଅଧରେ ସିସିଟିଭି ଭାଙ୍ଗି ଗାଡ଼ି ଚୋରି କରିନେଲେ ଦୁର୍ବୃତ୍ତ। ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ଗାଡ଼ି ମାଲିକ । ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନସ୍ଥ କୃଷ୍ଣପୁର ଗାଁରେ ଘଟିଛି। କୃଷ୍ଣପୁର ଗାଁରେ ନିଲୁ ଦାସ ପ୍ରାୟ ୨୫ ଦିନ ପୂର୍ବେ ଏକ Yamaha R1 -5 ବାଇକ୍‌ ୩ ଲକ୍ଷ ଟଙ୍କା ଦେଇ କିଣି ଆଣିଥିଲେ। ଗାଡ଼ି ଚୋରି ହୋଇଯିବା ଆଶଙ୍କାରେ ଘର ଚାରିପଟେ ୭ଟି ସିସିଟିଭି ବି ଲଗାଇଥିଲେ। ଏହାପରେ ବି ଗତକାଲି ରାତି ଅଧରେ ନିଲୁଙ୍କ ପରିବାରର ସମସ୍ତେ ଶୋଇ ପଡ଼ିବା ପରେ ଦୁଇ ଚୋର ଆସିଥିଲେ। ସେମାନେ ପ୍ରଥମେ ଚାରିପଟେ ବୁଲିବା ପରେ ପ୍ରମାଣ ନଷ୍ଟ କରିବା ନିମନ୍ତେ ଗୋଟିଏ ସିସିଟିଭିକୁ ଭାଙ୍ଗି ଦେଇଥିଲେ। ଏହାପରେ ଗାଡ଼ି ନେଇ ପାର୍‌ ହୋଇ ଯାଇଥିଲେ। ସକାଳୁ ନିଲୁଙ୍କ ପରିବାର ଘର ଅଗଣାରେ ଗାଡ଼ି ନ ପାଇ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଏହାପରେ ସିସିଟିଭି ଖୋଳତାଡ଼ କରି ଗତ ରାତିରେ ଦୁଇ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଏଥିସହ ଖୁବ୍‌ ଶୀଘ୍ର ଚୋରି ବାଇକ୍‌କୁ ଖୋଜି ବାହାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!