Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମାନ ଏଟିଏମ୍‌ରୁ ୩ ଥର ଚୋରି, ଚୋର ସକ୍ରିୟ, ପୁଲିସ ନିଷ୍କ୍ରିୟ

by ସଞ୍ଜୟ ସ୍ୱାଇଁ
November 21, 2024
in Crime, State
ସମାନ ଏଟିଏମ୍‌ରୁ ୩ ଥର ଚୋରି, ଚୋର ସକ୍ରିୟ, ପୁଲିସ ନିଷ୍କ୍ରିୟ
54
VIEWS
Share on FacebookShare on Twitter

ବାଲେଶ୍ବର, (ବାଘୁଆବାର୍ତ୍ତା): ସୋରରେ ଦିନକୁ ଦିନ ଚୋରମାନଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଚୋରମାନେ ପୁଲିସର ନିଷ୍କ୍ରିୟତାକୁ ପରିଖିବା ପରେ ଆଉ ପୁଲିସକୁ ଡରୁ ନ ଥିବା ଚର୍ଚ୍ଚା ହେଉଛି। ଗତ ଚାରିଦିନ ମଧ୍ୟରେ ସୋରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବେଳେ ପୁଲିସର ହାତ ଅଦ୍ୟାବଧି ଖାଲି ପଡ଼ିଛି। ଏଣୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଗତ ୧୭ ତାରିଖରେ ଟ୍ରେଜେରୀ କଲୋନିରୁ ସିରିଜି ଚୋରି ହୋଇଥିବା ବେଳେ ଗତ ୧୯ ତାରିଖ ରାତିରେ ଉତ୍ତରେଶ୍ୱର ବସଷ୍ଟାଣ୍ଡ ନିକଟସ୍ଥ ଏକ ଡାଲିଚାଉଳ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମେତ ନଗଦ ଟଙ୍କା ଚୋରି ହୋଇଥିଲା। ଗତକାଲି ରାତିରେ ଲିଙ୍ଗପଡା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ ଚୋରି ହୋଇଥିବା ବେଳେ ସବିରା ବଜାର ସ୍ଥିତ ଏସବିଆଇ ଏଟିଏମରୁ ଚୋରି ହୋଇଥିବା ଜଣାପଡିଛି। ପୂର୍ବରୁ ଏହି ଏଟିଏମ୍‌ରେ ତିନିଥର ଚୋରି ହୋଇଥିବା ବେଳେ ଗତକାଲି ଦୁର୍ବୃତ୍ତମାନେ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍ କରିଥିବା ଜଣାପଡିଛି। ଲୁଟ୍ ସମୟର ଭିଡ଼ିଓ କ୍ୟାମେରାରେ କଏଦ ହୋଇଛି । ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଏସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡିନାହିଁ। ତେବେ ସୋର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜାଗାରେ ପୁଲିସର ନିଷ୍କ୍ରିୟତା ଓ ଚୋରମାନଙ୍କର ସକ୍ରିୟତା ଲୋକଙ୍କ ମନରେ ଚିନ୍ତାର କାରଣ ପାଲଟିଛି। ଅନ୍ୟ ପଟେ ଦୁର୍ବୃତ୍ତମାନେମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବାରୁ ସୋର ଅଞ୍ଚଳରେ ଚୋରି ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!