ବାରଙ୍ଗ, (ବାଘୁଆବାର୍ତ୍ତା): ମାତିଲେ ସ୍କାଏଲାଇଟ ତଡ଼ା ଚୋର । ନୀଳାଦ୍ରି ବିହାରରୁ ହୋଇଛି ଚୋରି । ସ୍କାଏଲାଇଟ୍ ଭାଙ୍ଗି ଘରୁ ସୁନା ସହ ନଗଦ ଟଙ୍କା ନେଇଗଲେ ଲୁଟେରା । ଦୁଇଟି ପିସିଆର ଏବଂ ସ୍ଥାନୀୟ ଥାନାର ପୋଲିସ ପହଞ୍ଚି ଛାନ୍ଭିନ୍ କରୁଛି । ପୂଜା ବୁଲିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ସେକ୍ଟର-୫ ସ୍ଥିତ ୪୫୪ ପ୍ଲଟରୁ ଚୋରି ହୋଇଛି । ରବିବାର ରାତିରେ ପ୍ରସନ୍ନ କୁମାର ସେନାପତି ଏବଂ ତାଙ୍କ ପରିବାର ପୂଜା ମଣ୍ଡପ ବୁଲିବା ପାଇଁ ଯାଇଥିଲେ । ଏହି ସମୟରେ ସ୍କାଏଲାଇଟ୍ ଭାଙ୍ଗି ଘରୁ ସୁନା ଓ ନଗଦ ଟଙ୍କା ଚୋରି କରିଛନ୍ତି ଲୁଟେରା । ଅନ୍ୟପଟେ ଖବର ପାଇ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରୁ ଛାନଭିନ୍ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ପୂଜା ପାଇଁ ରାଜଧାନୀର ସବୁ ଜାଗାରେ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଘର ଜଗିବା ସତ୍ତ୍ବେ ଏପରି ଚୋରି ଖୋଲା ଚାଲେଞ୍ଜ ସୃଷ୍ଟି କରିଛି।





