ରଣପୁର,୧୭/୩ ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ଗୋପାଳପୁର ବଘେଇ ଛକ ଠାରେ ଏକ ବାଲି ବୋଝେଇ ହାଇୱା ଗାଡି ରୁ ଡକାୟତି କରି ୩ ଜଣ ଅଭିଯୁକ୍ତ ବୁଧବାର ଦିନ ରଣପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୫ ତାରିଖ ରାତି ୧୧ ଘଟିକା ୩୦ ମିନିଟ୍ ରେ ରଣପୁର ରୁ ଚାନ୍ଦପୁର ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇୱା ଗାଡି କୁ ଗୋପାଳପୁର ବଘେଇ ଠାକୁରାଣୀ ଛକ ଠାରେ ୩ ଜଣ ଯୁବକ ଅଟକାଇ ହାଇୱା ଗାଡି ଡ୍ରାଇଭର କୁ ମାଡମାରୀ ତାହା ଠାରୁ ନଗଦ ୩ ହଜାର ୩ ଶହ ଟଙ୍କା ଓ ଗୋଟିଏ ମୋବାଇଲି ଫୋନ୍ ଛାଡାଇ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଏ ସର୍ମ୍ପକେ ଗାଡି ମାଲିକ ରଣପୁର ଥାନା ରେ ଅଭିଯୋଗ କରିବା ପରେ ରଣପୁର ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ନିର୍ଦେଶ କ୍ରମେ ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି , ଏସ୍ ହାରୋ ମଙ୍ଗଳ ବାର ଦିନ ଗୋପାଳପୁର ନିକଟସ୍ଥ ମହତପଲ୍ଲା ପଞ୍ଚାୟତ ମାନପୁର ଠାରୁ ଆତକ୍ରିତ ଭାବେ ଚଢାଉ କରି ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଟଙ୍କା ଓ ମୋବାଇଲି ଓ ଡକାୟତି ରେ ବ୍ୟବହାର କରିଥିବା କାର୍ କୁ ଜବତ କରି ବୁଧବାର ଦିନ କୋର୍ଟ ଚାଲଣ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପ୬ମୋଦ ମହାପାତ୍ର , ସନ୍ତୋଷ ସାହୁ ଓ ମୁନ୍ନା ମାଝି ଙ୍କୁ ଗିରଫ କରି ପୁଲିସ କୋଟଚାଲଣ କରିଥିଲା । ସେମାନଙ୍କର ଜାମିନ ନାମାଞୁର ହେବାରୁ ସେମାନଙ୍କୁ ରଣପୁର ଜେଲ କୁ ପଠାଇ ଦିଆଯାଇଥିବା ଜଣାଯାଇଛି ।







