Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝାମ୍ପି ନେଉଥିବା ଟଙ୍କା ଫେରି ପାଇଲେ, ବନ୍ଧା ହେଲେ ତିନି ଜଣ

by ସଞ୍ଜୟ ସ୍ୱାଇଁ
May 3, 2023
in Crime, State
ଝାମ୍ପି ନେଉଥିବା ଟଙ୍କା ଫେରି ପାଇଲେ, ବନ୍ଧା ହେଲେ ତିନି ଜଣ
205
VIEWS
Share on FacebookShare on Twitter

ଉମରକୋଟ, (ବାଘୁଆବାର୍ତ୍ତା): ଉମରକୋଟ ପୋଲିସକୁ ବଡ ସଫଳତା । ୩ ଲୁଟେରାଙ୍କୁ ଗିରଫ କରିବା ସହ ୧ ଲକ୍ଷ ୮୪ ହଜାର ଟଙ୍କା ଓ ଗୋଟିଏ ଫୋନ୍ ଉମରକୋଟ ପୋଲିସ ଜବତ କରିଛି । ନବରଙ୍ଗପୁର ଉମରକୋଟ ତୋହରା ପଞ୍ଚାୟତର ନିଧନ ଗୌଡ଼ ଜାମପାଣି ଗ୍ରାମର ଧନୁର୍ଜୟ ଗୌଡ଼ ଓ ତାଙ୍କ ଦୁଇ ପୁଅଙ୍କଠାରୁ ଏକ ଜମି ବନ୍ଧକ ବାବଦକୁ ଦେଇଥିବା ୨ ଲକ୍ଷ ୧୦ ହଜାର ଟଙ୍କା ଫେରସ୍ତ ପାଇଥିଲେ । ସେହି ଟଙ୍କାକୁ ନିଜେ ଗଣି ନପାରିବାରୁ ନିକଟସ୍ଥ ଗାଁ କେରିପଦର ନିଜ ସମ୍ପର୍କୀୟ ଭାଇ ଅଗାଧୁ ଗୌଡ଼ଙ୍କ ପାଖକୁ ଯାଇଥିଲେ । ଟଙ୍କା ଗଣାଇବା ପରେ ନିଧନ ଗୋଡ଼ ଜାମପାଣି ଓ ଫୁଣ୍ଡେଲଯୋଡ଼ି ଗ୍ରାମ ଦେଇ ଉକ୍ତ ଟଙ୍କାକୁ ଏକ ରୁମାଲରେ ଗୁଡ଼ାଇ ଚାଲି ଚାଲି ଫେରୁଥିବା ସମୟରେ ବାଟରେ ଜାମପାଣି ଗ୍ରାମର ପଦ୍ମନ୍ ଗୌଡ଼, କେଶବ ଗୌଡ଼ ଓ ଜଗନ୍ନାଥ ଗୌଡ ନିଧନଙ୍କ ମୁଣ୍ଡ ପଛପଟ ଏକ ଠେଙ୍ଗାରେ ଆକ୍ରମଣ କରି ୨ ଲକ୍ଷ ୧୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ଉମରକୋଟ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଘଟଣାର ତଦନ୍ତ ସମୟରେ ସାଇବର ୟୁନିଟ୍‌ର ସହାୟତା ଫଳରେ ତିନି ଅଭିଯୁକ୍ତଙ୍କୁ କୋରାପୁଟ ଜିଲ୍ଲାର କୁମୁଲି କାମତା ନିକଟରୁ ଗିରଫ କରିବା ସହ ତାଙ୍କଠାରୁ ମୋଟ ୧ ଲକ୍ଷ ୮୪ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି ପୋଲିସ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!