ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜଧାନୀରୁ ୨ ଲୁଟେରା ଗିରଫ। ୨ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ଖଣ୍ଡଗିରି ପୋଲିସ। ସେମାନଙ୍କ ନିକଟରୁ ୫ଟି ମୋବାଇଲ୍, ଓ ୫ଟି ଲାପଟପ୍ ଜବତ କରିଛି ପୋଲିସ। ସୂଚନାନୁଯାୟୀ, ଭୁବନେଶ୍ଵର ଡୁମଡୁମା ଅଞ୍ଚଳରୁ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ। ଏହି ୨ ଲୁଟେରାଙ୍କ ନାମରେ ବହୁ ଲୁଟ୍, ଛିନତାଇ ଭଳି ଅନେକ ଅପରାଧିକ ମାମଲା ରହିଛି। ଏହି ଡକାୟତି ଗ୍ୟାଙ୍ଗ ଜାତୀୟ ରାଜପଥରେ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ କରି ଛିନତାଇ କରିଥାନ୍ତି । ତେବେ ସେମାନଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି। ସେମାନଙ୍କ ନିକଟରୁ ୫ଟି ମୋବାଇଲ୍, ଓ ୫ଟି ଲାପଟପ୍ ଜବତ ହୋଇଛି। ତେବେ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କିଏ ଏବଂ ସେମାନଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।





