ବାଲେଶ୍ୱର, (ବାଘୁଆବାର୍ତ୍ତା): ମୋଟର ସାଇକେଲ ଡିକି ଭାଙ୍ଗି ଲୁଟି ନେଇଥିଲେ ୮ ଲକ୍ଷ ୫୦ ହଜାର ଟଙ୍କା । ଆଉ ସେହି ଲୁଟେରା ପୋଲିସ ହାତରେ ଧରା ପଡିଛନ୍ତି । ଗତ ମାସ ୧୧ ତାରିଖ ଦିନ ବାଲେଶ୍ବର ସହରର ଉପ-ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଘଟିଥିଲା ଏହି ଲୁଟ୍ ଘଟଣା । ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ପୋଲିସ ଗଞ୍ଜାମ ଜିଲ୍ଲାର ତିନି ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୭ ହଜାର ୫ ଶହ ଟଙ୍କା ଓ ଗୋଟିଏ ପଲସର ମୋଟର ସାଇକେଲ ଜବତ କରିଛି । ଅଭିଯୁକ୍ତମାନେ ହେଲେ ଜେ. ଚାନ୍ଦୁ, ଏନ. ରବିନ୍ ଓ ମୋହନ ପ୍ରଧାନ । ଏହି ତିନି ଜଣ ବାଲେଶ୍ବରରେ ଘର ଭଡା ନେଇ ରହୁଥିଲେ । ଏମାନଙ୍କ କାର୍ଯ୍ୟକଳାପ ବିଷୟରେ ଘର ମାଲିକ ସବୁ ଜାଣିଥିଲେ । ସେଥିପାଇଁ ପୋଲିସ ଘର ମାଲିକ ଅକ୍ଷୟ ପଣ୍ଡାକୁ ବି ଗିରଫ କରିଛି ।





