ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଏବଂ ଖୋର୍ଦ୍ଧା ପୁଲିସ ମିଳିତ ଭାବେ ଆଜି ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଗୋଳାପୋଖରୀ ପଞ୍ଚାୟତ ପାଥପୁର ଗ୍ରାମର ଧନେଶ୍ୱର ଲେଙ୍କା ବୋଲି ଜଣାଯାଇଛି । ସେ ଗତକିଛି ବର୍ଷ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଡକାୟତି କରି ଫେରାର ଥିଲା । ଫତେଗଡ଼ ପୁଲିସ ଖୋର୍ଦ୍ଧା ପୁଲିସ ସହାୟତାରେ ଖୋର୍ଦ୍ଧା କୋର୍ଟରେ ହାଜର କରିଥିବା ଜଣାଯାଇଛି ।






