ସୋର, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଦିବ୍ୟସାଇ ପେଟ୍ରୋଲ ପମ୍ପରେ ଚୋରି । ବିଳମ୍ବିତ ରାତିରେ ପେଟ୍ରୋଲ ପମ୍ପରୁ ଚୋରି କରି ଦୁର୍ବୁତ୍ତମାନେ ପଳାଇ ଯାଉଥିବା ସମୟର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି । ଶୁକ୍ରବାର ରାତିରେ ୩ ଜଣ ଦୁର୍ବୁତ୍ତ ଆସି ପେଟ୍ରୋଲ ନେବା ବାହାନାରେ ସେଠାରେ କାର୍ୟ୍ୟରତ ଥିବା ପୂର୍ଣ୍ଣିଚନ୍ଦ୍ରଙ୍କୁ ଡାକିଥିଲେ । ପୂର୍ଣ୍ଣଚନ୍ଦ୍ର ଉଠି କବାଟ ଖୋଲିବା ମାତ୍ରେ ଦୁର୍ବୁତ୍ତମାନେ ତାଙ୍କ ହାତରୁ ମୋବାଇଲ ଛଡ଼ାଇ ନେବା ସହ ତାଙ୍କଠାରୁ ୪୨ ହଜାର ଟଙ୍କା ନେଇ ପଳାଇଯାଇଥିଲେ । ଯାହା ସିସି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ପୂର୍ଣ୍ଣିଚନ୍ଦ୍ରଙ୍କ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।





