
ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶରଣକୂଳଠାରେ ଆଜି ଡାକବିଭାଗ ଆନୁକୁଲ୍ୟରେ ଉପଡାକଘର ଗୃହ ଉଦ୍ଘାଟିତ ହୋଇଯାଇଛି । ଏହି ଗୃହ ଉଦ୍ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶା ଡାକମଣ୍ଡଳର ମୁଖ୍ୟ ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କଅଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଠାରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଏବଂ ପଦ୍ମଶ୍ରୀ ସାବରମତି ଉପସ୍ଥିତ ରହିଥିଲେ । ଏଥିସହିତ ଏହି କାର୍ଯ୍ୟକ୍ରମରେ ଡାନ ନିର୍ଦ୍ଦେଶକ ଆଦିତ୍ୟ କୁମାର ନାୟକ, ପୁରୀ ଡାକମଣ୍ଡଳ ଅଧିକ୍ଷକ ସୂଚିସ୍ମିତା ସ୍ୱାଇଁଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ବିଗତ ଦିନରେ ଡାକବିଭାଗର କମ୍ପୁଟର କରଣ ପାଇଁ ବହୁ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିବା ବେଳେ ପରିଶେଷରେ ଅତିଥିମାନେ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡାକ ବିଭାଗର ସ୍ପେଶାଲ୍ କଭର ଜାନୁ ଘଣ୍ଟିଆକୁ ଉନ୍ମୋଚିତ କରିଥିବା ଜଣାଯାଇଛି ।
ରିର୍ପୋଟ ଅର୍ଜ୍ଜୁନ ସାହୁ






