ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ଭାବେ ଡାକ୍ତର ରଂଜିତା ବିଶ୍ୱାଳ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଡ. ଶ୍ୱେତ କୁମାର ମହାପାତ୍ର ଅବସର ଗ୍ରହଣ କରିବା ପରେ ଡ. ସୁଧାଶୁଂ ଷଡ଼ଙ୍ଗୀ ଦାୟିତ୍ୱରେ ରହିଥିଲେ । ଆଜି ଡା. ବିଶ୍ୱାଳ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଜିଲ୍ଲା ବାସୀଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ସେ ସୋନପୁର ଜିଲ୍ଲାରେ କାର୍ଯ୍ୟ କରୁଥିଲେ ।






