ବାଲେଶ୍ବର, (ବାଘୁଆବାର୍ତ୍ତା): ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଅଭିଯୋଗ।ବାଲେଶ୍ବର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା। ରାଜଧାନୀ ମିଡିଆ ହାଉସ୍ ସିଇଓ ଥାନାରେ ଅଭିଯୋଗ କରିଛନ୍ତି। ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ମାମଲା ରୁଜୁ ହୋଇଛି। ଦୈତାରୀ ପାର୍ବତୀ ଗଣନାଟ୍ୟରୁ ୧୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ରାଜଧାନୀ ମିଡିଆ ହାଉସ୍ ଦ୍ବାରା ପାର୍ବତୀ ଗଣନାଟ୍ୟ ପରିଚାଳିତ ।ଅଗ୍ରୀମ ଟଙ୍କା ନେବା ପରେ ଚୁକ୍ତି ଭଙ୍ଗ କରିଥିଲେ ଦୈତାରୀ ପଣ୍ଡା।





