ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା-ଶରଣକୁଳ ରାସ୍ତା (ପାଟୁଲିସାହି) ନିକଟରେ ଯୁବକଙ୍କର ଶବ ରାସ୍ତା କଡରେ ଧାନ ବିଲରେ ପଡ଼ି ରହିଛି ।ଯୁବକଙ୍କର ନାଁ କାଳିଆ ସାହୁ ,ଘର ଓଡ଼ଗାଁ ଗାନ୍ଧୀ ନଗରସାହି ହୋଇଥିବାବେଳେ ଗୋଡିପଡା ଇଲେକ୍ଟ୍ରିକାଲ ଡିଭିଜନରେ ଚାକିରୀ କରିଥିଲେ । ଗୋଡିପଡାରୁ ଓଡ଼ଗାଁ ନିଜ ଘରକୁ ଫେରୁଥିବାବେଳେ ମୃତ୍ୟୁ ଘଟିଅଛି । ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଅସଲ କାରଣ ଜଣାପଡିବ ବୋଲି ଜଣାଯାଇଛି ।





