ଡାବୁଗାଁ,(ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଡାବୁଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଅଗ୍ନିସମ ବିଭାଗ ସହଯୋଗରେ ଡାବୁଗାଁ ସହରକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଛି ଜ୍ଝ ଆଜି ଡାବୁଗାଁ ବ୍ଲକ ଅଞ୍ଚଳରେ ୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ସେଥିରୁ ଘୋଡାଖୁଣ୍ଟା ପଞ୍ଚାୟତର ମୁଣ୍ଡିଗୁଡା ଗ୍ରାମରୁ ୨ ଜଣ, ଡାବୁଗାଁ ପଞ୍ଚାୟତର ଡାବୁଗାଁ ଗ୍ରାମରୁ ୪ ଜଣ, ବଡଓଲମା ପଞ୍ଚାୟତର ବଡଓଲମା ଗ୍ରାମର ୧ ଜଣ ଓ ଭାଲୁଗୁଡା ଗ୍ରାମରୁ ୧ ଜଣ କରୋନା ପାଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ଏଣୁ ପ୍ରତ୍ୟକ ଜନସାଧାରଣ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବା ସହ ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ ଡାବୁଗାଁ ସାମ୍ବାଦିକ ସଂଘ ତରଫରୁ ଡାବୁଗାଁ ବାସୀଙ୍କୁ ଅନୁରୋଧ କରିଛନ୍ତି ।






