ନବରଙ୍ଗପୁର, (ବାଘୁଆବାର୍ତ୍ତା): ଡାବୁଗାଁ ବ୍ଲକରେ ମହାମାରୀ କରୋନା ମୃତ୍ୟୁର ତାଣ୍ଡବ ଆରମ୍ଭ କରିଛି । ଡାବୁଗାଁ ବ୍ଲକର ବିଭିନ୍ନ ଅଞ୍ଚଳରୁ ୩ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ କରୋନା । ମେ ୧ ତାରିଖରେ ପ୍ରଥମ କରୋନା ସଂକ୍ରମଣ ରୋଗୀର ମୃତ୍ୟୁ ହାଇଥିବା ବେଳେ ଆଜି ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦିନକୁ ଦିନ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି ଏପରି ସ୍ଥଳେ ଚିନ୍ତା ବଡାଉଛନ୍ତି ଅମାନିଆ ମାନେ । ନା ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୂରତା ପାଳନ କରୁଛନ୍ତି । ୧ତାରିଖରୁ ଆଜି ସୁଦ୍ଧା ୩ଜଣଙ୍କର ମୃତ୍ୟୁ ଖବର ଜଣାପଡିବା ପରେ ଡାବୁଗାଁ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି । ଯଦି କୋଭିଡ କଟକଣା ପଳନ ନକରନ୍ତି ତେବେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ତହସିଲ ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ପୁଲିସ ପ୍ରଶାସନ ଆହୁରି କଡାକଡି ଭାବେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି ।





