ନବରଙ୍ଗପୁର (ବାଘୁଆବାର୍ତ୍ତା): ଡାବୁଗାଁ ଥାନା ଅଧିନ ଡୁମୁଣିଗୁଡ଼ା ଜଙ୍ଗଲରେ ଆଜି ଗୁରୁବାର ସକାଳେ ଏକ ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିର ପରିଚୟ ଜଣା ପଡ଼ି ନ ଥିବାବେଳେ ପରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଦୁଇରୁ ତିନି ଦିନ ପୂର୍ବରୁ ମୃତ୍ୟୁ ହୋଇ ଥିବା ଅନୁମାନ କରାଯାଉଛି । ଖବର ପାଇ ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି । ତେବେ ଏହା ଆତ୍ମହତ୍ୟା ନା କେହି ହତ୍ୟା କରି ଜଙ୍ଗଲରେ ମୃତ ଦେହ ଝୁଲାଇ ଦେଇଛନ୍ତି ,ତାହା ବର୍ତ୍ତମାନ ପୁଲିସ ତଦନ୍ତ କରୁଛି ।






