Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିଲାଙ୍କ ଭବିଷ୍ୟତ ସହିତ ଖେଳନାହିଁ : ଅରୁଣ

by ସଞ୍ଜୟ ସ୍ୱାଇଁ
December 28, 2022
in Nayagarh, Sports, State
ପିଲାଙ୍କ ଭବିଷ୍ୟତ ସହିତ ଖେଳନାହିଁ : ଅରୁଣ
502
VIEWS
Share on FacebookShare on Twitter

ନୟାଗଡ଼ ଡି.ଏ.ଭି ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ

ନୟାଗଡ, (ବାଘୁଆବାର୍ତ୍ତା): ଡ଼ି .ଏ .ଭି ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ମହୋତ୍ସବ ମହାଆଡ଼ମ୍ବରେ ନୟାଗଡ ପି.ଟି.ଏସ. ପଡ଼ିଆଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିକଟସ୍ଥ ନାରାୟଣୀ ମନ୍ଦିର ରୁ ପାରମ୍ପରିକ ରୀତିରେ ଶିଶୁମାନଙ୍କ ଦ୍ୱାରା କ୍ରୀଡାଜ୍ୟୋତି ଅଣାଯାଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ବସନ୍ତ କୁମାର ନାୟକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ପାଣିଗ୍ରାହୀ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା ଓ ପରବର୍ତ୍ତୀ ପର‌୍ୟ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା କରାଯାଇଥିଲା ଓ ସକାଳ ୮ ଘଣ୍ଟିକାରେ ଆରମ୍ଭ ହୋଇ ଅପରାହ୍ନ ୩ ଘଣ୍ଟିକା ପର‌୍ୟ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହେବ। ପରେ ଉଦଯାପନ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗଦେଇଥିଲେ ।

ଡ.ସାହୁ ତାଙ୍କ ଅଭିଭାଷଣରେ ଖେଳିଲା ସମୟରେ ଖେଳୁଆଡ଼ ମନୋଭାବ ନେଇ ଖେଳ ଖେଳିଲେ ସଫଳତା ମିଳିବ ବୋଲି ପ୍ରକାଶ କରିଥିଲେ । ଖେଳ ପଡିଆରୁ ମସ୍ତିସ୍କର ସ୍ଥିରତା ସୃଷ୍ଟି ହୋଇଥାଏ । ଆଜିକାର ଦିନରେ ଅଭିଭାବକ ମାନେ ପିଲାମାନଙ୍କ ପାଠ ଉପରେ ଅଧିକ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭାରାଗ୍ରସ୍ତ କରାଉଛନ୍ତି । କିପରି ପିଲାମାନେ ଅଧିକ ମାର୍କ ରଖିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି । ପାଠ ସହିତ ଖେଳ ଓ ଅଭିଭାବକ ମାନଙ୍କର ଛୁଆପ୍ରତି ଗାଇଡ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଫାଷ୍ଟଫୁଡ ଓ ଜଙ୍କ ଫୁଡରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ପିଲାଙ୍କ ଭବିଷ୍ୟତ ସହିତ ଖେଳନାହିଁ ବୋଲି ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଓ ଚାମ୍ପିୟନ ଭାବରେ କୃତୀତ୍ୱ ଲାଭ କରିଥିବା ଶିଶୁ ସର୍ବ କନିଷ୍ଠ ବିଭାଗରେ ଆଦିତ୍ୟ ସାମନ୍ତରାୟ, କନିଷ୍ଠ ବିଭାଗରେ ଭାସ୍କର ସାହୁ, ବରିଷ୍ଠ ବିଭାଗରେ ରିୟାନା ପରବୀନ ଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର କ୍ରୀଡା ଶିକ୍ଷକ ରାଜୀବ କୁମାର ନାୟକ ଓ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ସହଯୋଗରେ ସମସ୍ତ ପ୍ରତିଯୋଗିତା ଗୁଡିକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା । ଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷିକା ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!