ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଙ୍ଗୋବସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ଝଡ଼ ‘ୟଶ’ । ସାମୁଦ୍ରିକ ଝଡ଼ ଯେତିକି ନିକଟତର ହେଉଛି ସେତିକି ବେଗରେ ପବନ ବହିବା ଆରମ୍ଭ ହେଲାଣି । ଘଣ୍ଟାପ୍ରତି ୧୬କି.ମି ବେଗରେ ଗତି କରୁଛି ବାତ୍ୟା ‘ୟଶ’ । ଆସନ୍ତାକାଲି ସକାଳୁ ବାତ୍ୟା ‘ୟଶ’ଲ୍ୟାଣ୍ଡଫଲ୍ କରିବ । ଦକ୍ଷିଣ-ଦକ୍ଷିଣପୂର୍ବ ପାରାଦ୍ୱୀପ ଠାରୁ ୨୦୦ କି.ମି ଦୂରରେ ଥିବା ବେଳେ ବାଲେଶ୍ୱର ଠାରୁ ୨୯୦ ଓ ଦୀଘା ଠାରୁ ୨୯୦ ଏବଂ ସାଗରଦ୍ୱୀପ ଠାରୁ ୨୮୦ କି.ମି ଦୂରରେ ରହିଛି ବାତ୍ୟା ‘ୟଶ’ । ଏନେଇ ଆଇଏମଡି ପକ୍ଷରୁ ସୂଚନା ଜାରି କରାଯାଇଛି । ବାତ୍ୟା ‘ୟଶ’ ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଆସନ୍ତା କାଲି ସକାଳୁ ଲ୍ୟାଣ୍ଡଫଲ କରିବ । ଧାମରାର ଦକ୍ଷିଣ ଏବଇ ଚାନ୍ଦବାଲି ଉତ୍ତର ପଟକୁ ବାତ୍ୟା ‘ୟଶ’ ସ୍ଥଳ ଭାଗ ଛୁଇଁପାରେ । କାଲି ମଧ୍ୟାହ୍ନ ସୁଦ୍ଧା ସ୍ଥଳ ଭାଗ ଛୁଇଁବ ବାତ୍ୟା ୟଶ । ଲ୍ୟାଣ୍ଡଫଲ ସମୟରେ ଧାମରା ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଅନୁମାନ କରାଯାଇଛି । ବାତ୍ୟା ‘ୟଶ’ ସ୍ଥଳଭାଗ ଅତକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କି.ମି ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି ।






