ନୟାଗଡ଼,(ବାଘୁଆବାର୍ତ୍ତା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ ପାଇଁ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିଲା । ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ଲାଗି ବହୁ ଜୀବନ ବଞ୍ଚିଗଲା । ରାସ୍ତାଘାଟ ସୁରକ୍ଷିତ ରହିଥିବା ବେଳେ କେବଳ କେତେକ ସ୍ଥାନରେ ଗଛ ଭାଙ୍ଗିବା, ଜୁଆର ପାଣି ମାଡ଼ିବା ପ୍ରଭୃତି କ୍ଷତିରେ ବାତ୍ୟା ଓଡ଼ିଶା ବିଶେଷ କ୍ଷତି କରି ପାରିନଥିବା ଜଣାଯାଇଛି । ଉପକୂଳ ଓଡ଼ିଶାରୁ ବାତ୍ୟା ଗୁଡ ବାୟ ନେଇଛି । ବର୍ତ୍ତମାନ ସ୍ଥିତିରେ ମୟୁରଭଞ୍ଜ ଜିଲ୍ଲା ପାଇଁ ଅନେକ କ୍ଷତି କରିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଅନେକ ଜିଲ୍ଲା ବାତ୍ୟା ୟସ କବଳରୁ ରକ୍ଷା ପାଇଛି । ଆଶଙ୍କା ୧୨ ଘଣ୍ଟା ମୟୁରଭଞ୍ଜ ଜିଲ୍ଲା ପାଇଁ ବିପଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ବାହାନଗା, ରେମୁଣା ଆଦି ଅଞ୍ଚଳରେ ପାଣି ପଶିଥିବା ଜଣାଯାଇଛି । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବାତ୍ୟା ବିପୁଳ କ୍ଷତି ଘଟାଇଛି । ଯେଉଁ ସ୍ଥାନରେ ପାଣି ଜମିଛି, ସେଠାରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ତଦାରଖ କରୁଛନ୍ତି । ମୁଖ୍ୟତଃ ଆଜି ପୂର୍ଣ୍ଣମା ଲାଗି ସମୁଦ୍ରରୁ ଉଚ୍ଚ ଜୂଆର ହେଉଛି । ଶିମିଳିପାଳରେ ବ୍ୟାପକ ବର୍ଷା ପାଇଁ ବୁଢ଼ା ବଳଙ୍ଗ ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି ।






