Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ବେଳେ ଖରା ଦେଖାଦେଲେ ବି ବାହାରକୁ ବାହାରନ୍ତୁ ନାହିଁ

by ସଞ୍ଜୟ ସ୍ୱାଇଁ
May 26, 2021
in Nayagarh
ବାତ୍ୟା ବେଳେ ଖରା ଦେଖାଦେଲେ ବି ବାହାରକୁ ବାହାରନ୍ତୁ ନାହିଁ
217
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ସାବଧାନ..ପଛୁଆ ପବନ ହୋଇପାରେ ଅତି ଭୟଙ୍କର । ଖରା ଦେଖାଦେଲେ ମଧ୍ୟ ବାହାରକୁ ବାହାରନ୍ତୁ ନାହିଁ । ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପଛୁଆ ପବନ ନେଇ ସତର୍କ କରାଇଛନ୍ତି ଏସଆରସି ।ତେବେ ଲ୍ୟାଣ୍ଡଫଲ୍ ବେଳେ ପବନ ହେବା ପରେ ପବନ ସାମାନ୍ୟ କମିପାରେ । ଯେତେବେଳେ ବାତ୍ୟାର କେନ୍ଦ୍ର ତଥା ମଝି ଭାଗ ଅତିକ୍ରମ କରୁଥିବ, ସେତେବେଳେ ଖରା ମଧ୍ୟ ହୋଇପାରେ । କିନ୍ତୁ ବାତ୍ୟା ଚାଲିଗଲା ବୋଲି ଭାବି ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ । କାରଣ ପୁଣି ପବନ ଫେରିବ ଏବଂ ଏହି ପଛୁଆ ପବନ ଅତି ଭୟଙ୍କର ହେବ ବୋଲି କହିଛନ୍ତି ଏସଆରସି । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ରହିବ । ଅର୍ଥାତ ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି ।ବାତ୍ୟା ୟାସର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ , କଟକ, ଢ଼େଙ୍କାନାଳ, କେନ୍ଦୁଝରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିିଛି । ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାତ୍ୟା ୟାସ ପ୍ରଭାବରେ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!