ବାଲେଶ୍ୱର, (ବାଘୁଆବାର୍ତ୍ତା): ବାତ୍ୟା ‘ୟଶ’ ପ୍ରଭାବରେ କାଲି ଠାରୁ ବର୍ଷା ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ଭୀଷଣ ବର୍ଷା ଯୋଗୁ ବର୍ଷା ପାଣି ଜମି ରହି ଘରେ ମଧ୍ୟ ପଶିବା ଆରମ୍ଭ କଲାଣି । ତେବେ ବାଲେଶ୍ୱର ସାର୍ଥା ପଞ୍ଚାୟତ ନିକଟରେ ଭାଙ୍ଗିଲା ବନ୍ଧ । ବାଙ୍ଗସିନ ବନ୍ଧ ଭାଙ୍ଗିବାରୁ ଜନବସତିରେ ସମୁଦ୍ର ପାଣି ପଶିଛି । ଲୋକଙ୍କ ଘରେ ପାଣି ପଶି ଯାଉଛି । ଲୋକଙ୍କ ଆସବାପତ୍ର ପାଣିରେ ଭାସୁଛି । ପାଣି ପଶି ଅନେକ ଚାଷ ଜମି ଜଳମଗ୍ନ ହୋଇଯାଇଛି ।






