ନୟାଗଡ଼: (ବାଘୁଆବାର୍ତ୍ତା): ସ୍ୱାମୀ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଲୋପାମୁଦ୍ରା । ସାଇବର ଠକେଇ ସହ ଏସକର୍ଟ ସର୍ଭିସ ଚଳାଉଥିବା ପୁଲିସକୁ କହିଛନ୍ତି । ଘଟଣାର ସତ୍ୟତା ନେଇ ଯାଞ୍ଚ ଚାଲିଥିବା ପୁଲିସ କହିଛି । ଲୋପାମୁଦ୍ରା ପାତ୍ର ନାମ୍ନୀ ଏହି ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଏକାଧିକ ଅନଲାଇନ ୱେବସାଇଟ କରିଛନ୍ତି । ଏଥିରେ ଏସକର୍ଟ ସର୍ଭିସର ବିଜ୍ଞାପନ ଦିଅନ୍ତି । ଉକ୍ତ ୱେବସାଇଟରେ କିଛି ସୁନ୍ଦର ତରୁଣୀଙ୍କ ଫଟୋ ଅପଲୋଡ କରାଯାଏ । ଅନଲାଇନରେ ଦିଆଯାଇଥିବା ଫୋନ ନମ୍ବରରେ ଗ୍ରାହକ ଯୋଗାଯୋଗ କରନ୍ତି । ଏଥିପାଇଁ ଅନଲାଇନରେ ଦର ଛିଡେ । ସୁନ୍ଦରୀ ଲଳନା କେଉଁଠି ସମୟ କାଟିବେ ଏ ନେଇ ହ୍ୱାଟସଆପରେ ଗ୍ରାହକଙ୍କ ସହ ଯୋଗାଯୋଗ କରାଯାଏ । ସେ ଆହୁରି କହିଛନ୍ତି, କିଛି ବଛା ବଛା ଭିଆଇପି ଗ୍ରାହକଙ୍କ ସୁରକ୍ଷା ପାଇଁ ବଡ଼ ହୋଟେଲ ଓ ଓୟୋ ଗେଷ୍ଟହାଉସ ରହିଛି । ଯେଉଁଠି ଇଚ୍ଛା ମୁତାବକ ଯୁବତୀ ଥିବା ତାଙ୍କ ସ୍ୱାମୀ ଗ୍ରାହକଙ୍କୁ କୁହନ୍ତି । କିଛି ଯୁବତୀଙ୍କ ସହ ଫୋନରେ କଥା କରାଇ ଅଗ୍ରୀମ ଟଙ୍କା ମଗାନ୍ତି । ଅନଲାଇନ ଯୋଗେ ଟଙ୍କା ନେଣଦେଣ କରିବା ବେଳେ ଗ୍ରାହକଙ୍କଠାରୁ ଓଟିପି ପାଇଥାନ୍ତି । ପରେ ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ପୋଛି ନିଅନ୍ତି । ଲୋପାମୁଦ୍ରା ଡିସିପି ଅଫିସରେ ଏମିତି ଅଭିଯୋଗ କରିବା ସହ ସ୍ୱାମୀଙ୍କ କାରନାମାର ସମସ୍ତ ତଥ୍ୟ ପ୍ରମାଣ ଦେଇଛନ୍ତି । ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲାଉଥିବା ତମାଣ୍ଡୋ ଅଞ୍ଚଳର ଜଣେ ଦଲାଲ ତାଙ୍କ ସ୍ୱାମୀଙ୍କୁ ଏସବୁ କାମରେ ସହଯୋଗ କରନ୍ତି ବୋଲି ସେ କହିଛନ୍ତି । ସେପଟେ ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଲୋପାମୁଦ୍ରା ପୂର୍ବରୁ ଖଣ୍ଡଗିରି ଥାନା ଓ ମହିଳା ଥାନାରେ ଅଭିଯୋଗ କରିଥିଲେ । ଖଣ୍ଡଗିରି ଥାନା ପୁଲିସ କହିଛି, ଅଭିଯୋଗ ସତ୍ୟାସତ୍ୟ ନେଇ ଯାଞ୍ଚ ଚାଲିଛି । ସ୍ୱାମୀ-ସ୍ତ୍ରୀ ଉଭୟେ ଅଧିକାଂଶ ସମୟ ବାଲୁଗାଁରେ ରୁହନ୍ତି । ସ୍ୱାମୀଙ୍କ ଘର ଭଙ୍ଗାରୁଜା ଦେଇ ମହିଳାଙ୍କ ନାମରେ ବାଲୁଗାଁ ଥାନାରେ ଅଭିଯୋଗ ଅଛି । ୨୦୧୯ ରେ ମହିଳା ଜଣକ ସ୍ୱାମୀଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ନିର୍ଯ୍ୟାତନା ଅଭିଯୋଗ କରିଥିଲେ । କିନ୍ତୁ ପରେ ଆପୋଷ ବୁଝାମଣା ହୋଇଥିଲା ।






