Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲିଙ୍କରେ କ୍ଲିକ କଲେ, ମହିଳାଙ୍କ ଚାଲିଗଲା ୯୦ ହଜାର ଟଙ୍କା

by ସଞ୍ଜୟ ସ୍ୱାଇଁ
September 21, 2023
in Crime, State
ଲିଙ୍କରେ କ୍ଲିକ କଲେ, ମହିଳାଙ୍କ ଚାଲିଗଲା ୯୦ ହଜାର ଟଙ୍କା
145
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ମାତିଛନ୍ତି ସାଇବର ଲୁଟେରା । ଲିଙ୍କରେ କ୍ଲିକ କରିବା ମାତ୍ରେ ଉଡ଼ିଯାଉଛି ହଜାର ହଜାର ଟଙ୍କା । ତେଣୁ ଆପଣ ବି ହୋଇଯାଆନ୍ତୁ ସତର୍କ ନହେଲେ ଆପଣ ବି ଏଭଳି ଠକାମୀର ଶିକାର ହେବେ । ଦର୍ଶକ ବନ୍ଧୁ ବର୍ତ୍ତମାନ ସାଇବର ଠକଙ୍କ ଠକେଇ ବଢ଼ି ଚାଲିଛି । ଏମାନେ କୌଣସି ନା କୌଣସି ଉପାୟରେ ସାଧାରଣ ଲୋକଙ୍କୁ ଠକିବାର ସୁଯୋଗ ଖୋଜିଥାନ୍ତି । ଠିକ ସମାନ ଭାବେ ଜଣେ ମହିଳା ଏହି ଠକାମୀର ଶିକାର ହୋଇ ହରାଇଛନ୍ତି ୯୦ ହଜାର ଟଙ୍କା । ମହିଳା ଜଣଙ୍କ ଏବେ କଣ କରିବେ କଣ ନାଇଁ କିଛି ବୁଝି ପାରୁ ନାହାନ୍ତି । ହ୍ଵାଟ୍ସଆପକୁ ଆସିଥିବା ଲିଙ୍କରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟ ରୁ କଟିଗଲା ୯୦ ହଜାର ଟଙ୍କା । ଠକାମୀର ଶିକାର ହେବା ପରେ ଯୁବତୀ ଜଣଙ୍କ କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି । ସୂଚନା ମୁତାବକ କଟକ ଚାଉଳିଆଗଞ୍ଜ ଅଞ୍ଚଳର ସରସ୍ଵତୀ ଲେଙ୍କା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। କିଛି ଦିନ ତଳେ ସେ ଅନଲାଇନ୍ ସାଇଟରୁ କିଛି ଜିନିଷ କିଣିଥିଲେ ହେଲେ ତାଙ୍କ ପାଖକୁ କିଣିଥିବା ଜିନିଷ ବଦଳରେ ଭୁଲ ଜିନିଷ ଆସିବାରୁ ସେ ଏହାକୁ ରିଫଣ୍ଡ ପାଇଁ ସେହି ଅନଲାଇନ୍ ସଂସ୍ଥାକୁ ମେଲ୍ କରିଥିଲେ। ପରେ ଟଙ୍କା ଫେରସ୍ତ କରାଯିବା ନିମନ୍ତେ ତାଙ୍କ ହ୍ଵାଟ୍ସଆପକୁ ଏକ ଲିଙ୍କ ଆସିଥିଲା । ସେଇ ଲିଙ୍କରେ କ୍ଲିକ କରିବା ପରେ କିଛି ସମୟ ମଧ୍ୟରେ ହିଁ ତାଙ୍କ ଆକାଉଣ୍ଟ ରୁ ୯୦ ହଜାର ଟଙ୍କା କଟିଯାଇଥିଲା । ଟଙ୍କା ଏପରି କଟି ଯାଉଥିବା ଦେଖି ସେ ଆଶ୍ଚର୍ଯ୍ୟ ହେଉଥିଲେ । ଏବଂ କୌଣସି ଉପାୟ ନପାଇ ସିଧା ଦୌଡ଼ିଥିଲେ ବ୍ୟାଙ୍କକୁ । ବ୍ୟାଙ୍କ ତାଙ୍କ ଆକାଉଣ୍ଟକୁ ତୁରନ୍ତ ବ୍ଲକ କରିଥିଲା । କିନ୍ତୁ ସେତେବେଳକୁ ମହିଳାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାୟବ ହୋଇଯାଇଥିଲା । ଏନେଇ ଥାନାରେ ଅଭିଯୋଗ କରିବା ସହ ତାଙ୍କ ଟଙ୍କା କିପରି ଫେରି ପାଇବେ ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ମହିଳା ଜଣଙ୍କ ଅନୁରୋଧ କରିଛନ୍ତି । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉ ନଥିବା ପରିତାପର ବିଷୟ ପାଲଟିଛି । ଯଦି ଏଭଳି ଭାବେ ଆପଣଙ୍କ ପାଖକୁ କୌଣସି ଲିଙ୍କ୍‌ ଆସୁଛି ତେବେ ଆପଣ ସାବଧାନ ରୁହନ୍ତୁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!