ଭୁବନେଶ୍ବର,(ବାଘୁଆବାର୍ତ୍ତା): କେତେବେଳେ ଚାକିରି ପାଇଁ ତ ଆଉ କେତେବେଳେ ଜମି, ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ନାଁରେ ଠକେଇ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗତ ୧୦ ବର୍ଷରେ ପ୍ରାୟ ଅଢ଼େଇ ହଜାର ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଶହ ଶହ ସଂଖ୍ୟାରେ ଠକ ଫେରାର୍ ରହିଛନ୍ତି। ତେବେ ଦେଢ଼ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ, ଲକ୍ଡାଉନ୍ ଓ ସଟ୍ଡାଉନ୍ ସୁଯୋଗ ନେଇ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି କୁଖ୍ୟାତ ଠକ। ଆଉ ଭୁବନେଶ୍ବର ପାଲଟି ଯାଇଛି ଠକଙ୍କ ରାଜଧାନୀ। ଏହା ୨୦୨୦ରେ ଠକେଇ ମାମଲା ସଂଖ୍ୟା ଥିଲା ୫୧୮। ତେବେ ଚଳିତବର୍ଷ ଜୁଲାଇ ସୁଦ୍ଧା ରାଜଧାନୀର ବିଭିନ୍ନ ଥାନାରେ ୪୯୫ଟି ଠକେଇ ମାମଲା ରୁଜୁ ହୋଇଛି; ଯାହା କମିସନରେଟ୍ ପୁଲିସ ଆରମ୍ଭ ହେବା ଦିନଠାରୁ ଦେଖିବାକୁ ମିଳି ନଥିଲା। ବାକି ୫ ମାସରେ ଏହି ସଂଖ୍ୟା ହଜାରେ ପାଖାପାଖି ଛୁଇଁବ ଏବଂ ବିଗତ ୧୦ ବର୍ଷର ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି।






