Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକରୁ କିଡନାପ୍ କେନ୍ଦ୍ରାପଡ଼ାରୁ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
May 20, 2025
in Crime, State
କଟକରୁ କିଡନାପ୍ କେନ୍ଦ୍ରାପଡ଼ାରୁ ଉଦ୍ଧାର
46
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକରୁ କିଡନାପ୍ କେନ୍ଦ୍ରାପଡ଼ାରୁ ଉଦ୍ଧାର । ଅପହରଣରେ ବ୍ୟବହୃତ କାର୍ ଓ ୪ଟି ବାଇକ୍ ଏବଂ ଅପହରଣ କରିଥିବା ୭ ଜଣ ଯୁବକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଟ୍ରେଡିଂ ଏଜେନ୍ସୀରେ ଲାଗିଥିବା ଟଙ୍କା ଘାଟା ହେବା ପରେ ଟ୍ରେଡିଂ ଏଜେନ୍ସୀ ମୁଖ୍ୟଙ୍କୁ ଦୁଇ ଇନଭେଷ୍ଟର ଆଉ କିଛି ଯୁବକଙ୍କ ସହ ମିଶି ଉଠାଇନେଇଥିଲେ । କଟକରୁ କିଡନାପ୍ କରି କେନ୍ଦ୍ରାପଡାରେ ଏକ ଅଜ୍ଞାତ ସ୍ଥାନରେ ରଖିଥିଲେ । ପୋଲିସ ଏହି ଯୁବକଙ୍କୁ ଉଦ୍ଧାର କରିଛି । କଟକର ଦୁଇ ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଯାଞ୍ଚ ବେଳେ କିଛି କ୍ଲୁ ମିଳିଲା । ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଖାରବେଳ ନଗର ଥାନା ଅଞ୍ଚଳରେ ଏକ ଟ୍ରେଡିଂ ଏଜେନ୍ସୀ ଖୋଲିଥିଲେ ସୌମ୍ୟରଞ୍ଜନ । ବ୍ୟବସାୟରେ କ୍ଷତି ହେବା ପରେ ସେ କଟକ ଆସି ବଉଳକୁଦ ଅଞ୍ଚଳରେ ରହୁଥିଲେ । ତାଙ୍କୁ କିଡନାପ୍ କରିଥିବା ଯୁବକ ମାନେ ତାଙ୍କୁ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ । ରାଜେଶ ଦାସ ଜିମ୍ ଟ୍ରେନର ମଧ୍ୟ ଏଥିରେ ସାମିଲ ଥିଲେ । ୭ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ଏଥିରେ ଜଣେ ଜୁଭେନାଇଲ ମଧ୍ୟ ଅଛନ୍ତି । କିଡନାପ୍ରେ ବ୍ୟବହୃତ ହୋଇଥିବା କାର୍ ଜବତ କରିଛି ପୋଲିସ । ଗିରଫ ୭ ଜଣଙ୍କ ମଧ୍ୟରୁ ଦୁଇ ଜଣ ସୌମ୍ୟଙ୍କ ଟ୍ରେଡିଂ ଏଜେନ୍ସୀରେ ୬୦ ଲକ୍ଷ ଟଙ୍କା ଲଗାଇଥିଲେ । ଏହାସହ ଅପହରଣରେ ବ୍ୟବହୃତ ୪ଟି ବାଇକ୍ ଓ ଗୋଟିଏ କାର୍ ଜବତ କରାଯାଇଥିବା କଟକ ଡିସିପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!