Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରିମାଣ୍ଡରେ ଭଣ୍ଡ ବାବା, ଖୋଲୁଛି ନୁଆନୁଆ କଳା କାରନାମା

by ସଞ୍ଜୟ ସ୍ୱାଇଁ
May 3, 2023
in Crime, State
ରିମାଣ୍ଡରେ ଭଣ୍ଡ ବାବା, ଖୋଲୁଛି ନୁଆନୁଆ କଳା କାରନାମା
157
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ତନ୍ତ୍ରମନ୍ତ୍ର ବଳରେ ଠକେଇ କରୁଥିବା ମହାଠକ ତାନ୍ତ୍ରିକ ମୌଲାନା କୈଫ ଖାନ୍‌କୁ ରିମାଣ୍ଡରେ ନେଲା କମିଶନରେଟ୍ ପୁଲିସ୍‌। କୋର୍ଟଙ୍କ ଅନୁମତି ପରେ ପୁଲିସ୍ ତାକୁ ୪ ଦିନିଆ ରିମାଣ୍ଡ ନେଇଛି। ଆଜି ତାକୁ ଚୌଦ୍ଵାର ଜେଲରୁ କଡା ସୁରକ୍ଷା ମଧ୍ୟରେ ମଙ୍ଗଳାବାଗ ଥାନାକୁ ଅଣାଯାଇଛି। ତା’ର କଳା କାରନାମାର ପେଡ଼ି ଖୋଲିବା ପାଇଁ ପୁଲିସ ରିମାଣ୍ଡରେ ନେଇଛି। ମୌଲାନା କୈଫ ଖାନ୍‌କୁ ଜେରା କରିବା ପାଇଁ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ତାକୁ ମାରାଥନ ଜେରା କରିବ। ପଚରାଉଚରା ସମୟରେ ମୁଖ୍ୟତଃ ପୁଲିସ ଫୋକସ୍‌ରେ ରହିବ ଟଙ୍କା ପଇସା କାରବାର। କେତେ ଦିନ ଧରି ଏହି କଳା କାରନାମା ଚଲାଇଥିଲା ମୌଲାନା? ଏଥିରେ ଆଉ ସଂପୃକ୍ତି ଅଛି କି? ଏ ପର‌୍ୟ୍ୟନ୍ତ କୋଟିଏ ୫୦ ଲକ୍ଷ ପାଖାପାଖି ଟଙ୍କା ଠକିଥିବା ଜଣାପଡିଥିବା ବେଳେ ଆଉ କାହାକୁ ଠକିଛି ଭଣ୍ଡ ମୌଲାନା? ଏ ପର‌୍ୟ୍ୟନ୍ତ ତା’ର ୧୧ଟି ଆକାଉଣ୍ଟ ଥିବା ଜଣାପଡିଥିବା ବେଳେ କୋଲକାତାରେ ସେୟାର ମାର୍କେଟରେ ଲକ୍ଷାଧିକ ଟଙ୍କା ଇନଭେଷ୍ଟମେଣ୍ଟ କରିଥିବା ଜଣାପଡିଛି। ଏହାବାଦ ଆଉ କେଉଁଠି ଟଙ୍କା ଲଗେଇଛି କି ନାହିଁ ତାହା ପଚରାଉଚରା କରିବ ପୁଲିସ୍‌। ମୌଲାନର ଆଉ କିଛି ଗାଡି ଓ ଜମି ବାବଦରେ ସୁରାଗ ପାଇଛି ପୁଲିସ। ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରିବ। ମୌଲାନା କୈଫ ଖାନ୍ ନାଁରେ ୬ଟି ମାମଲା ରୁଜୁ ହୋଇଛି। କଟକ ରାଣୀହାଟ ର ଶର୍ମିଲା ସେନଙ୍କ ଘରୁ ଗୁପ୍ତଧନ ଓ ଭୁତ ଛଡାଇବା କହି ୬୨ ଲକ୍ଷ ଠକେଇ, ଭଦ୍ରକର ଜେହେରୁଲ ଇସଲାମଙ୍କ ଘରୁ ଗୁପ୍ତ ଧନ ଓ ଭୂତ ଛଡାଇବା କହି ୫ ଲକ୍ଷ, କଟକ କିଶନନଗର ସୋନପୁର ଅଞ୍ଚଳର ସବନମ ଆରା ବେଗମଙ୍କୁ ଚାକିରି ଓ ହୀରା ବ୍ୟବସାୟ ରାଇଦେବ କହି ୧୫ ଲକ୍ଷ, ତିର୍ତ୍ତୋଲ ଅଞ୍ଚଳର ଦେବବ୍ରତ ମହାନ୍ତିଙ୍କ ଘରୁ ଭୁତ ପ୍ରେତ ଛଡାଇବା କହି ୨୨ଲକ୍ଷ, କେଶରପୁର ଅଞ୍ଚଳର ଶେଖ ଆଦିଲଙ୍କ ସମ୍ପର୍କୀୟଙ୍କ ଛୁଆପିଲା ହେବା ପାଇଁ ୫ ଲକ୍ଷ, ସଦର ଥାନା ଅଞ୍ଚଳରେ ଶର୍ମିଲା ବିବିଙ୍କୁ ଚାକିରି ଦେବାକୁ କହି ୫ ଲକ୍ଷ ଟଙ୍କା ମୌଲାନା କୈଫ ଖାନ୍ ଠକିଥିବା ଅଭିଯୋଗ ହୋଇଛି। ଏହା ଉପରେ ପୁଲିସ୍ ତାକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!