କଟକ (ବାଘୁଆବାର୍ତ୍ତା) : ଯୋଡାମୁଣ୍ଡ ମୁଣ୍ଡ ଶିଶୁ କାଳିଆର ମୃତ୍ୟୁ। ଦିଲ୍ଲୀ ଏମ୍ସରେ ଅପରେସନ ପରଠୁ ସଂପୂର୍ଣ୍ଣ ସୁସ୍ଥ ହୋଇ ପାରିନଥିବା କାଳିଆର କଟକ ସ୍ଥିତ ଏସସିବି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁଙ୍କର ଦିଲ୍ଲୀ ସ୍ଥିତ ଏମ୍ସରେ ଅପରେସନ କରାଯାଇଥିଲା। ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ। ଚିକିତ୍ସା ପରେ ଦିଲ୍ଲୀ ଏମ୍ସରେ ଉଭୟ ଶିଶୁ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇଥିଲେ। ଜଗାର ସ୍ଵାସ୍ଥ୍ୟ ଭଲ ଥିବା ବେଳେ କାଳିଆର ସ୍ଵାସ୍ଥ୍ୟରେ ଉତ୍ସାହଜନକ ଉନ୍ନତି ଘଟୁନଥିଲା। ପରେ ଦୁଇ ଶିଶୁଙ୍କୁ ଦିଲ୍ଲୀରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟ ଚିକିତ୍ସାଧୀନ ଥିବା ବେଳେ ବୁଧବାର ସନ୍ଧ୍ୟାରେ କାଳିଆର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେବେ ଜଗାର ସ୍ଵାସ୍ଥ୍ୟ ଠିକ୍ ଥିବା ଜଣା ଯାଇଛି।





