କଟକ,(ବାଘୁଆବାର୍ତ୍ତା): କଟକ ଜିଲ୍ଲା ମାନସିଂହପାଟଣା ଅଞ୍ଚଳରେ ଘଟିଛି ବଡ଼ ଅଘଟଣ । ଜଳନ୍ତା ଘର ଭିତରୁ ଉଦ୍ଧାର ହେଲା ହାତ, ଗୋଡ଼ ବନ୍ଧା ହୋଇଥିବା ଜଣେ କଲେଜ ଛାତ୍ରୀ । ତେବେ ଛାତ୍ରୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଛାତ୍ରୀଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ହାତ-ଗୋଡ଼ ବନ୍ଧା ହୋଇଥିବା ଛାତ୍ରୀ ଜଣକ ସ୍ଥାନୀୟ କଲେଜରେ ପଢୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ବିଷୟରେ କିଛି ବି ସୁରାଗ ମିଳିନାହିଁ । ତେବେ ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ôଚ କିଏ ଓ କାହିଁକି ଛାତ୍ରୀଙ୍କ ଗୋଡ଼ା ହାତ ବାନ୍ଧିଥିଲା । କ’ଣ ରହିଛି ଏହାରି ଭିତରେ ରହସ୍ୟ ? କିଏ ଲଗାଇଲା ଘର ଭିତରେ ନିଅାଁ ? ତାକୁ ନେଇ ଅନୁସନ୍ଧାନ ଜାରି ରଖିଛି କଟକ ପୁଲିସ । ତେବେ ତଦନ୍ତ ଶେଷ ହେବା ପରେ ଏହି ଘଟଣାର ପର୍ଦ୍ଦାଫାସ ଲୋକ ଲୋଚନକୁ ଆସିବ ବୋଲି ସୂଚନା ମିଳିଛି ।





