କଟକ (ବାଘୁଆବାର୍ତ୍ତା): କୋଭିଡ୍ ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଜଣେ କରୋନା ସଂକ୍ରମିତ ଗଳାରେ ଛୁରୀ ଭୁସୀ ଦେଇଛନ୍ତି । ଫଳରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ଟାଙ୍ଗି ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଶୁକ୍ରବାର ଏଭଳି ଘଟଣା ଦେଖିବାକୁ ମିଳିଛି । କଟକ ଚୌଦ୍ଵାର ଦେବୀନଗର ଗ୍ରାମର ସୁକୁମାର ସୁବୁଦ୍ଧିରାୟ କରୋନା ସଂକ୍ରମିତ ହୋଇ ଟାଙ୍ଗି ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ନିୟମ ଅନୁଯାୟୀ ଶୁକ୍ରବାର ସେ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଥାନ୍ତେ । ସକାଳ ସେ ଗଳାରେ ଛୁରୀ ଭୁସି ଦେଇଛନ୍ତି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କଣ ପାଇଁ ସେ ଏମିତି କରିଛନ୍ତି ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।






