କଟକ (ବାଘୁଆବାର୍ତ୍ତା) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମ୍ଭାବ୍ୟ ବାତ୍ୟା “ୟଶ’ ର ମୁକାବିଲା କରିବା ପାଇଁ ଓଡିଶା ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଅଗ୍ନିଶମ ମହାନିର୍ଦ୍ଦେଶକ ଏମ.ଅକ୍ଷୟଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ସମସ୍ତ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ଯଥ:- ପାୱାର ଓ, ପାୱାର ବୋଟ, ଲାଇଟ ଇତ୍ୟାଦି ସହ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ମହାନିର୍ଦ୍ଦେଶକ ଏମ.ଅକ୍ଷୟ ସମ୍ଭାବ୍ୟ ବାତ୍ୟା ରେ ପ୍ରଭାବିତ ହେବାକୁ ଥିବା ଦୁଇ ଗୋଟି ଜିଲ୍ଲା କୁ ଗସ୍ତ କରି ଅଗ୍ନିଶମ କେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ମହାନିର୍ଦ୍ଦେଶକ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ସଦର ମହକମୁା ଠାରେ ଜିଲ୍ଲା ପୁଲିସ ଅଧ୍ୟକ୍ଷକଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବରିଷ୍ଠ ଅଗ୍ନିଶମ ଅଧିକାରୀ ମାନଙ୍କୁ ନେଇ ବାତ୍ୟା ର ମୁକାବିଲା ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା ବୈଠକ କରିଥିଲେ । ତାପରେ ଜଗତସିଂହପୁର ଜିଲ୍ଲା ଗସ୍ତ କରି ପାରାଦ୍ୱୀପ ଠାରେ ଜଗତସିଂହପୁର ପୁଲିସ ଅଧିକ୍ଷକ ତଥା ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅଗ୍ନିଶମ ଅଧିକାରୀ ମାନଙ୍କୁ ନେଇ ସେମାନଙ୍କର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ସମସ୍ତ ଉଦ୍ଧାରକାରୀ ଯନ୍ତ୍ରାଂଶ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଜିଲ୍ଲା ର ପୁଲିସ ଓ ପ୍ରଶାସନ ସହ ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ମହାନିର୍ଦ୍ଦେଶକ ମଧ୍ୟ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ କେନ୍ଦ୍ରାପଡା ଜିଲ୍ଲାର ଛତା ଠାରେ ଥିବା ୧୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଓ ଜଗତସିଂହପୁର ଜିଲ୍ଲା ର ପାରାଦ୍ୱୀପ ସ୍ଥିତି ବିଜୁ ଯାତ୍ରୀ ନିବାସ ରେ ଚାଲିଥିବା ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଦ୍ୱୟ ପରିଦର୍ଶନ କରିଥିଲେ । ଏହି ଅବସରରେ ମୃତୟନ ହୋଇଥିବା ଅଗ୍ନିଶମ କର୍ମଚାରୀ ଏବଂ ହସ୍ପିଟାଲ କର୍ମଚାରୀ ମାନଙ୍କ ସହିତ ଉକ୍ତ ହସ୍ପିଟାଲ ମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଥିବା ଅଗ୍ନି ନିରାପତ୍ତା ପଦକ୍ଷେପ ଓ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିବା ସହିତ ସମସ୍ତ କର୍ମଚାରୀଙ୍କୁ ଯେ କୌଣସି ଜରୁରୀକାଳିନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।






