କଟକ,(ବାଘୁଆବାର୍ତ୍ତା): ରାଜ୍ୟର ଅପରାଧ ମୂଳକ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ଡି-ବ୍ରଦର୍ସ ଆଜି ପୁଣି କଟକ ଏସ୍ଡିଜିଏମ୍ କୋର୍ଟ ହାଜର ହୋଇଥିବା ଜଣାପଡ଼ିଛି । ଏହି ଦୁଇ ଭାଇଙ୍କୁ କମିଶନରେଟ୍ ପୁଲିସ୍ କୋର୍ଟରେ ହାଜର କରାଇଛି । ଧଳ ସାମନ୍ତ ସହଯୋଗୀକୁ ଗିରଫ୍ କରିବା ସମୟରେ ତାଙ୍କ ନିକଟରୁ ଜବତ ହୋଇଥିବା ବେଆଇନ୍ ବନ୍ଧୁକ ରଖିଥିବା ଯୋଗୁଁ ଉଭୟ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ୍ ଉକ୍ତ ମାମଲାରେ ଉଭୟ ଭାଇଙ୍କୁ ଆଜି ଏସ୍ଡିଜିଏମ୍ କୋର୍ଟ ହାଜର କରିବା ପରେ, କୋର୍ଟରେ ଶୁଣାଣି ହୋଇଛି । ପରେ ଦୁଇ ଭାଇଙ୍କୁ ବଲାଙ୍ଗୀର ଓ ବାଲେଶ୍ୱର ଜେଲ୍କୁ ପଠାଇ ଦେଇଥିବା ସୂଚନା ମିଳିଛି ।